Latest Odisha News

BREAKING NEWS

ଆଗାମୀ ୩ଦିନ ଯାଏଁ ଓଡିଶାର ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମଙ୍ଗଳବାର ଦିନ ଓଡ଼ିଶାର ଉତ୍ତର, ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଜିଲ୍ଲାରେ ବଜ୍ରପାତ ଏବଂ ଘୂର୍ଣ୍ଣିବଳୟ ସହିତ ବର୍ଷା ହେବା ନେଇ ତିନି ଦିନ ଯାଏଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି।

ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଧିକାରୀ ଭୁବନେଶ୍ୱର ଅମିନ ସର୍ଦ୍ଦାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଗାଙ୍ଗେଟିକ୍ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପରେ ସାଇକ୍ଲୋନିକ୍ ସର୍କୁଲେସନ ସୃଷ୍ଟି ହୋଇଛି । ଯାହାପ୍ରଭାବରେ ମଙ୍ଗଳବାର ଠାରୁ ବର୍ଷା ଆରମ୍ଭ ହେବାସହ ରବିବାର ପର‌୍ୟ୍ୟନ୍ତ ଜାରି ରହିବ।

ଶ୍ରୀ ସର୍ଦ୍ଦାର ଆହୁରି ମଧ୍ୟ କହିଛନ୍ତି ଯେ ଆଇଏମଡି ପକ୍ଷରୁ ଓଡିଶାର କେତେକ ଜିଲ୍ଲାକୁ ହଳଦିଆ ଚେତାବନୀ ଜାରି କରାଯାଇଛି । ଜାଣନ୍ତୁ…

(ମାର୍ଚ୍ଚ ୪) ୟେଲୋ ୱାର୍ଣ୍ଣିଂ

ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, କନ୍ଧମାଳ, ନୟାଗଡ଼ ଏବଂ ସୁନ୍ଦରଗଡ, ଝାରସୁଗୁଡା, ଗଞ୍ଜାମ, ଗଜପତି, ରାୟଗଡା ଏବଂ ଖୋର୍ଦ୍ଧା ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହେବ ।

(ମାର୍ଚ୍ଚ ୫) ୟେଲୋ ୱାର୍ଣ୍ଣିଂ

ଝାରସୁଗୁଡା, ସମ୍ବଲପୁର, ସୋନପୁର, ବୌଦ୍ଧ, ଅନୁଗୁଳ, କନ୍ଧମାଳ, ଦେଓଗଡ, କେନ୍ଦୁଝର, ସୁନ୍ଦରଗଡ, ମୟୂରଭଞ୍ଜ, ଢେଙ୍କାନାଳ ଏବଂ କଟକ।

(ମାର୍ଚ୍ଚ ୬) ୟେଲୋ ୱାର୍ଣ୍ଣିଂ

କାନ୍ଧମାଳ, ନୟାଗଡ଼, କଟକ, ଖୋର୍ଦ୍ଧା, କେନ୍ଦ୍ରାପଡା, ଜଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ ଏବଂ ଢେଙ୍କାନାଳ

ଏହାବ୍ୟତିତ ଆସନ୍ତା ମାର୍ଚ୍ଚ ୭ ଓ ୮ ((ଶନିବାର ଏବଂ ରବିବାର)ରେ ଓଡିଶାର କେତେକ ସ୍ଥାନରେ ଅଳ୍ପ ବର୍ଷା ହେବା ପରେ ମାର୍ଚ୍ଚ ୯ (ସୋମବାର) ଠାରୁ ଜଳବାୟୁରେ ପରିବର୍ତ୍ତନ ହେବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.