Latest Odisha News

BREAKING NEWS

ଅତ୍ୟଧିକ ତୈଳଦର ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସର ‘ଭାରତ ବନ୍ଦ’

ଭୁବନେଶ୍ୱର: ମାତ୍ରାଧିକ ତୈଳଦର ବୃଦ୍ଧିକୁ ବିରୋଧ କରି କଂଗ୍ରେସ ଦଳ ପକ୍ଷରୁ ଆଜି ଦେଶବ୍ୟାପୀ ‘ଭାରତ ବନ୍ଦ’ ଡ଼ାକରା ଦିଆଯାଇଛି । ସମଗ୍ର ଦେଶରେ ଗତ ସପ୍ତାହରେ ପେଟ୍ରୋଲ ଓ ଡ଼ିଜେଲ ଦର ସର୍ବାଧିକ ବୃଦ୍ଧି ପାଇଛି । କେନ୍ଦ୍ର ସରକାରଙ୍କ ଏହି ଅହେତୁକ ପେଟ୍ରୋଲ ଓ ଡ଼ିଜେଲ୍ ଦର ବୃଦ୍ଧିକୁ ବିରୋଧ କରି ଆଜି ସମଗ୍ର ଦେଶରେ ପ୍ରତିବାଦ କରୁଛି କଂଗ୍ରେସ । କଂଗ୍ରେସର ଏହି ବନ୍ଦ ଡ଼ାକରାକୁ ଦେଶର ବିଭିନ୍ନ ୧୭ଟି ରାଜନୈତିକ ଦଳ ମଧ୍ୟ ସମର୍ଥନ କରୁଛନ୍ତି ।

ଓଡ଼ିଶାରେ ରାଜ୍ୟ କଂଗ୍ରେସ ଦଳ ପକ୍ଷରୁ ବନ୍ଦ ପାଳନକୁ ସଫଳ କରିବାକୁ ଗତ ୨ଦିନ ଧରି କଂଗ୍ରେସ ପକ୍ଷରୁ ପ୍ରସ୍ତୁତି ସରିଥିଲା । ଆଜି ସକାଳ ୬ଟା ବେଳୁ ରାଜଧାନୀର ବିଭିନ୍ନ ଛକମାନଙ୍କରେ କଂଗ୍ରେସ କର୍ମୀମାନେ ପିକେଟିଂ ଆରମ୍ଭ କରିଛନ୍ତି । ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲା ମାନଙ୍କରେ ରାଜ୍ୟ କଂଗ୍ରେସ ପକ୍ଷରୁ ବନ୍ଦ ପାଳନ କରାଯାଉଛି ।

ପିସିସି ପକ୍ଷରୁ ଗତ ସନ୍ଧ୍ୟାରେ କଂଗ୍ରେସ ଭବନରେ ଏହି ବନ୍ଦ ପାଳନର ଅନ୍ତିମ ପ୍ରସ୍ତୁତି ବୈଠକରେ ବରିଷ୍ଠ କଂଗ୍ରେସ ନେତାମାନଙ୍କ ସହିତ ଆଲୋଚନା କରିଥିଲେ ।

ଆଜିର ଏହି ବନ୍ଦ ପାଳନରେ ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରିଛନ୍ତି । ବନ୍ଦ ପାଳନ ବେଳେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ବିଭିନ୍ନ ସ୍ଥାନରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି । ଆନ୍ଦୋଳନକାରୀ ମାନଙ୍କ ପକ୍ଷରୁ ହିଂସାତ୍ମକ କାର୍ଯ୍ୟକୁ ପ୍ରଶୟ ନଦେବାକୁ ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ସରକାରୀ ପ୍ରତିଷ୍ଠାନ ସମ୍ମୁଖରେ ପୋଲିସ ମୁତୟନ ହୋଇଛନ୍ତି ।

Leave A Reply

Your email address will not be published.