Latest Odisha News

BREAKING NEWS

‘ଭାରତ ବନ୍ଦ’: ବାତିଲ ହୋଇଥିବା ଟ୍ରେନ ତାଲିକା

ଭୁବନେଶ୍ୱର: ସାରା ଦେଶରେ ଆଜି କଂଗ୍ରେସ ତଥା ଅନ୍ୟ ୧୭ଟି ରାଜନୈତିକ ଦଳ ପକ୍ଷରୁ ‘ଭାରତ ବନ୍ଦ’ ଅନ୍ଦୋଳନ ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହେବା ସହିତ ଯାନବାହନ, ଟ୍ରେନ ଚଳାଚଳ ମଧ୍ୟ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ଏହି ବନ୍ଦ ପାଳନ ଯୋଗୁଁ ଓଡ଼ିଶାର ବିଭିନ୍ନ ଷ୍ଟେସନରେ କେତେକ ଗୁରୁତ୍ୱପୂର୍ଣ୍ଣ ଟ୍ରେନ ବାତିଲ ହେବା ସହିତ ଅନେକ ଷ୍ଟେସନରେ ଟ୍ରେନ ଚଳାଚଳ କରିନପାରି ପଡ଼ିରହିଛି ।

‘ଭାରତ ବନ୍ଦ’ ପରିପ୍ରେକ୍ଷୀରେ ଇଷ୍ଟ କୋଷ୍ଟ ରେଲୱେର ନିମ୍ନଲିଖିତ ଟ୍ରେନ ଗୁଡ଼ିକ ବାତିଲ୍ ହୋଇଛି ।

୧- ୫୮୪୨୫/୫୮୪୨୬ କେନ୍ଦୁଝରଗଡ଼-ଭୁବନେଶ୍ୱର-କେନ୍ଦୁଝରଗଡ଼ ପାସେଞ୍ଜର ଟ୍ରେନ ଉଭୟଟର ଯାତ୍ରା ବାତିଲ ।
୨- ୫୮୪୦୬ ଭଦ୍ରକ-ଭୁବନେଶ୍ୱର ପାସେଞ୍ଜର ଉଭୟ ପଟରୁ ଯାତ୍ରା ବାତିଲ ।
୩- ୫୮୪୧୧/୫୮୪୧୨ ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ପାସେଞ୍ଜର ଉଭୟ ପଟରୁ ଯାତ୍ରା ବାତିଲ ।
୪- ୫୮୫୩୫/୫୮୫୩୬ କଟକ-ପାରାଦ୍ୱୀପ-କଟକ ପାସେଞ୍ଜର ଉଭୟ ପଟରୁ ଯାତ୍ରା ବାତିଲ ।
୫- ୫୮୪୧୬ ପୁରୀ-କଟକ ପାସେଞ୍ଜର ବାତିଲ ।
୬- ୫୮୪୩୬/୫୮୪୩୫ କଟକ-ଭଦ୍ରକ-କଟକ ପାସେଞ୍ଜର ଉଭୟ ପଟରୁ ବନ୍ଦ ରହିଛି ।
୭- ୨୨୮୧୯/୨୨୮୨୦ ଭୁବନେଶ୍ୱର-ବିଶାଖାପାଟଣା-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ ଉଭୟ ପଟରୁ ବନ୍ଦ ରହିଛି ।
୮- ୫୮୪୦୨ ପାରାଦ୍ୱୀପ-କଟକ ପାସେଞ୍ଜର ଟ୍ରେନ ବାତିଲ ।
୯- ୫୮୪୨୪/୫୮୪୨୩ କଟକ-ଭଦ୍ରକ-କଟକ ପାସେଞ୍ଜର ଉଭୟ ପଟରୁ ବନ୍ଦ ରହିଛି ।
୧୦- ୧୮୩୦୩/୧୮୩୦୪ ସମ୍ବଲପୁର-ପୁରୀ-ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସ ଉଭୟଦିଗରୁ ଚଳାଚଳ ବାତିଲ୍ ହୋଇଛି ।

Leave A Reply

Your email address will not be published.