Latest Odisha News

ନଅଟି ଜିଲ୍ଲାର ୨୬ଟି ନୂତନ ଶିଳ୍ପ ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଗତ ୨୦ ବର୍ଷ ମଧ୍ୟରେ ଓଡ଼ିଶାରେ ଶିଳ୍ପାୟନର ଅଭିବୃଦ୍ଧି ଘଟିଛି ବୋଲି ଶନିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ୩.୩ ଲକ୍ଷ କୋଟିରୁ ଅଧିକ ପୁଞ୍ଜି ବିନିଯୋଗ ଏବଂ ୨.୨୫ ଲକ୍ଷରୁ ଅଧିକ ବ୍ୟକ୍ତିଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ଓଡ଼ିଶା ୧୩୦ଟି ବୃହତ ଶିଳ୍ପକୁ ଆକର୍ଷିତ କରିପାରିଛି ।

ରାଜଧାନୀସ୍ଥିତ ଖାରବେଳ ଭବନଠାରେ ଅନୁଷ୍ଠିତ ୧୦ଟି ସେକ୍ଟରରେ ୨୬ଟି ପ୍ରକଳ୍ପର ୯ମ ପର୍ଯ୍ୟାୟ ଶିଳାନ୍ୟାସ ଓ ଉଦଘାଟନ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇଥିଲେ ।

ଶନିବାର ଦିନ ଆରମ୍ଭ ହୋଇଥିବା ୫୫୬୭.୫୦ କୋଟି ଟଙ୍କା ମୂଲ୍ୟର ୨୬ଟି ପ୍ରକଳ୍ପ ରାଜ୍ୟରେ ୯,୦୦୦ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି ।

ଆସନ୍ତା ୩୦ ନଭେମ୍ବର ୨୦୨୦ରୁ ଭୁବନେଶ୍ୱରଠାରେ ଆରମ୍ଭ ହେବାକୁ ଥିବା ‘ମେକ୍ ଇନ ଓଡ଼ିଶା କନକ୍ଲେଭ ୨୦୨୦’ ଲାଗି ମୁଖ୍ୟମନ୍ତ୍ରୀ ବିଶ୍ୱସ୍ତରୀୟ ପୁଞ୍ଜି ନିବେଶକମାନଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଆମନ୍ତ୍ରଣ କରିଥିଲେ ।

Comments are closed.