Latest Odisha News

BREAKING NEWS

ଗ୍ୟାଙ୍ଗଷ୍ଟର ଟିଟୋର ଆଉ ୨ଜଣ ସହଯୋଗୀ କ୍ରାଇମବ୍ରାଞ୍ଚ ପୋଲିସ ଦ୍ୱାରା ଗିରଫ

ଭୁବନେଶ୍ୱର: ଓଡ଼ିଶା କ୍ରାଇମବ୍ରାଞ୍ଚର ସ୍ପେସାଲ ଟାସ୍କଫୋର୍ସ (ଏସଟିଏଫ) ମଙ୍ଗଳବାର ଦିନ ଗ୍ୟାଙ୍ଗଷ୍ଟର ସୟେଦ ଉସମାନ ଅଲ୍ଲୀ ଓରଫ ଟିଟୋର ଆଉ ୨ ଜଣ ସହଯୋଗୀଙ୍କୁ ଗିରଫ କରିଛି ।

ଗିରଫ ହୋଇଥିବା ଟିଟୋର ଦୁଇ ଜଣ ସହଯୋଗୀ ହେଲେ ଜଗତସିଂହପୁରର ଦିପ୍ତୀ ରଞ୍ଜନ ଦାଶ ଓରଫ ଲୁଲୁ ଏବଂ କଟକ ଜିଲ୍ଲା ଟାଙ୍ଗୀର ଚିତ୍ତରଞ୍ଜନ ସାହୁ ଓରଫ ହବୁଲା ।

ଭାରତୀୟ ପିଙ୍ଗଳ କୋର୍ଡ଼ ଧାରା ୩୮୭, ୫୦୬, ୧୨୦-ବି ଓ ୩୪ ଅନୁଯାୟୀ ତଥା ଅସ୍ତ୍ରଶସ୍ତ୍ର ନିରୋଧ ଆକ୍ଟ ଅନୁଯାୟୀ ୨୫ ଓ ୨୭ଧାରା ରେ ଗିରଫ କରାଯାଇଛି ।

ଏହି ଦୁଇ ଅଭିଯୁକ୍ତଙ୍କୁ ପରେ କୁଜଙ୍ଗ ଜୁଡ଼ିସିଆଲ ମାଜିଷ୍ଟ୍ରେଟଙ୍କ କୋର୍ଟ (ଜେଏମଏଫସି)କୋର୍ଟରେ ହାଜର କରାଯାଇଛି ।

ସୋମବାର ଦିନ ଏସଟିଏଫ ପୋଲିସ ଲୁଲୁର ଜଗତସିଂହପୁର ଓ ଭୁବନେଶ୍ୱର ଘର ଉପରେ ଏକକାଳୀନ ଚଢଉ କରି ଗୋଟିଏ ପିସ୍ତଲ, ୧୨ ରାଉଣ୍ଡ ଗୁଳି, ୨ଟି କାର୍, ନଗଦ ୬୪ହଜାର ୨୫୦ ଟଙ୍କା ଏବଂ ନଥି କାଗଜପତ୍ର ସହିତ କିଛି ବ୍ୟାଙ୍କ ପାଶବୁକ୍ ଜବତ କରିଥିଲେ ।

ଉଲ୍ଲେଖଯୋଗ୍ୟ, ଗତ ବୁଧବାର ଦିନ ଟିଟୋ ଲିଙ୍କ୍ ସନ୍ଦେହରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ମୋଟରସାଇକେଲ ଶୋ’ରୁମ ଉପରେ ଚଢଉ କରାଯାଇଥିଲା ।

ଏସଟିଏଫ ବୁଧବାର ଦିନ ଟିଟୋ ଆର୍ଥୀକ ସହାୟତା କରିଥିବା କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ମୋଟର ସାଇକେଲ ଶୋ’ରୁମ୍ ଉପରେ ଚଢଉ କରିଥିଲା ।

ଜିଲ୍ଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଜବତ କରିଥିବା ଏହି ଶୋ’ରୁମଟି ଟିଟୋ ଦ୍ୱାରା ଆର୍ଥୀକ ସହାୟତା ପାଇଥିବାର ସୂଚନା ମିଳିଥିଲା ।

ଅଗଷ୍ଟ ୨୪ ତାରିଖ ଦିନ ଏସଟିଏଫ ଦୁଇଜଣ ଇଞ୍ଜିନିୟରଙ୍କୁ ଟିଟୋ ସହିତ ଲିଙ୍କ୍ ଥିବାର ସନ୍ଦେହ କରି ପଚରାଉଚରା କରିଥିଲା ।

ମିଳିଥିବା ସୂଚନାରୁ ଜଣାପଡ଼ିଛି, ଗ୍ରାମୀଣ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ନଳିନୀକାନ୍ତ ସେନାପତି ଓ ଉଠା ଜଳସେଚନ ବିଭାଗର ଏକଜ୍ୟୁକୁଟିଭ ଇଞ୍ଜିନିୟର ବିଦ୍ୟାଭୂଷଣ ନାୟକ କେନ୍ଦ୍ରାପଡ଼ାରେ ଏସଡ଼ିପିଓ ଅଫିସରେ ରଖାଯାଇ ଏମାନଙ୍କୁ ଟିଟୋ ସହିତ ଲିଙ୍କ୍ ଥିବାର ସନ୍ଦେହରେ ପଚରାଉଚରା କରାଯାଇଥିଲା ।

ସେହିପରି ଅଗଷ୍ଟ ୨୩ ତାରିଖ ଦିନ ଟିଟୋ ସହିତ ଲିଙ୍କ୍ ଥିବା ସନ୍ଦେହରେ ବେଆଇନ ଗୋରୁ ଚାଲାଣକାରୀ ସଂସ୍ଥାରୁ ଟିଟୋର ଜଣେ ସହଯୋଗୀଖୁ ପୋଲିସ ଗିରଫ କରିଥିଲା ।

କଳିଙ୍ଗବିହାରରୁ ଗିରଫ ହୋଇଥିବା ସେହି ଅଭିଯୁକ୍ତ ଜଣକ ହେଲେ ବଟୁ ପାଣି । ସେ ଅଭିଯୁକ୍ତ ଗ୍ୟାଙ୍ଗଷ୍ଟର୍ ର ଗୋରୁ ଚାଲାଣକାରୀ ସଂସ୍ଥାକୁ ଚଳାଇ ରାଜ୍ୟ ଓ ରାଜ୍ୟ ବାହାରକୁ ଗୋରୁ ଚାଲାଣ କରୁଥିବାର ଅଭିଯୋଗ ହୋଇଥିଲା ।

ତା’ପାଖରୁ ସେହି ସମୟରେ ଗୋଟିଏ ପିସ୍ତଲ୍ ସହିତ ୪ଟି ଗାଡ଼ି ଜବତ କରିଥିଲା ପୋଲିସ ଏବଂ ସେହି ଜବତ ହୋଇଥିବା ଗାଡ଼ି ମଧ୍ୟରୁ ଗୋଟିଏ ଖୁବ୍ ଦାମୀ ମୋଟର ସାଇକେଲ ଥିଲା ।

Leave A Reply

Your email address will not be published.