Latest Odisha News

BREAKING NEWS

ମାଲକାନଗିରି ଡ଼ଙ୍ଗାବୁଡ଼ି ଘଟଣା: ନିଖୋଜ ଥିବା ୪ ଜଣଙ୍କ ଶବ ଉଦ୍ଧାର ହେଲା

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ବାର୍ଲ୍ଲାବନ୍ଧ କେନାଲରେ ଡ଼ଙ୍ଗା ବୁଡ଼ିଯାଇ ୪ଜଣ ଗତକାଲିଠାରୁ ନିଖୋଜ ରହିଥିଲେ । ତେବେ ବୁଧବାର ଦିନ ସକାଳେ ଏହି ୪ଜଣ ନିଖୋଜଙ୍କ ଶବ କେନାଲରୁ ଉଦ୍ଧାର ହୋଇଛି ।

ଏକ ୨୪ ଘଣ୍ଟିଆ ସର୍ଚ୍ଚ ଅପରେସନରେ ନିୟୋଜିତ ହୋଇଥିବା ଅଗ୍ନିଶମ ବିଭାଗର ଏକ ଟିମ୍ ବୁଧବାର ସକାଳେ ଏହି ନିଖୋଜ ହୋଇଥିବା ଶବ ଗୁଡ଼ିକୁ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି । ଉଦ୍ଧାର ହୋଇଥିବା ଶବଗୁଡ଼ିକ ମଧ୍ୟରେ ଜଣେ ୨ ବର୍ଷର ଶିଶୁ ମଧ୍ୟ ରହିଛି । ଚିହ୍ନିତ ହୋଇଥିବା ମୃତକମାନେ ହେଲେ – ଦୋହରା ଶିଶା (୪୦ ବର୍ଷ), ବୁର୍ଦି ଶିଶା (୭୦), ରାଧିକା ଶିଶା (୨୫) ଓ ତୁଲସା ଶିଶା (୨) ।

ପୋଲିସ ଏହି ଶବ ଗୁଡ଼ିକୁ ପୋଷ୍ଟମର୍ଟମ କରିବାକୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି ।

ନାକମାମୁଡ଼ି ନିକଟସ୍ଥ କେନାଲରେ ଗତକାଲି ୭ଜଣ ବ୍ୟକ୍ତି କାମସାରି ଡ଼ଙ୍ଗାଯୋଗେ ଘରକୁ ଫେରୁଥିବା ସମୟରେ ଡ଼ଙ୍ଗାଟି ପାଣିରେ ଓଲଟି ପଡ଼ିଥିଲା ।

ଏହି ଘଟଣା ସମ୍ପର୍କରେ ଜାଣି ଅଗ୍ନିଶମ ବିଭାଗ ଓ ଓଡ୍ରାଫ ବିଭାଗର କର୍ମଚାରୀମାନେ ୩ଜଣ ବ୍ୟକ୍ତିଙ୍କୁ ପାଣିରୁ ଉଦ୍ଧାର କରିଥିଲେ । ମାତ୍ର ୪ଜଣ ନିଖୋଜ ରହିଥିଲେ ।

Leave A Reply

Your email address will not be published.