ଭୁବନେଶ୍ୱର: ବିଧାନସଭାରେ ଉଠିଲା ଚିଟ୍ଫଣ୍ଡ ତଦନ୍ତ କମିଶନ ବନ୍ଦ ହେବା ପ୍ରସଙ୍ଗ । କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଏହି ପ୍ରସଙ୍ଗ ଉଠାଇଛନ୍ତି । ଠକେଇର ଶିକାର ଜମାକାରୀ ଆତ୍ମହତ୍ୟା କରିଛନ୍ତି । ସତ୍ୟପାଠ ପଡି ରହିଛି । ନିମାପଡାର ଜଣେ ଶିକ୍ଷକ ଆତ୍ମହତ୍ୟା କରିଛନ୍ତି । ଗରିବ ଲୋକଙ୍କ ନିଶ୍ୱାସ ସରକାରଙ୍କ ଉପରେ ପଡିବ ବୋଲି ସାଲୁଜା କହିଛନ୍ତି ।
କେନ୍ଦ୍ର ସରକାରଙ୍କ ସହ ସମ୍ପର୍କ ସୁଧୁରିବା ପରେ ତଦନ୍ତ ବନ୍ଦ ହୋଇଗଲା ବୋଲି ସାଲୁଜା ଗୃହରେ ଅଭିଯୋଗ ଉଠାଇଛନ୍ତି । ସରକାର ୩ଶହ କୋଟିର କପର୍ସ ଫଣ୍ଡ ଗଠନ କରିଥିଲେ । ତେବେ ସେହି ଟଙ୍କା କୁଆଡେ ଗଲା ବୋଲି ସାଲୁଜା ପ୍ରଶ୍ନ କରିଛନ୍ତି ।
ନିର୍ବାଚନ ପୂର୍ବରୁ ସିବିଆଇ ୨ଜଣ ବିଧାୟକଙ୍କୁ ଜେରା କରିଥିଲା । ତଦନ୍ତ କ’ଣ ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଏଥିସହ ସେ ବାଚସ୍ପତିଙ୍କ ରୁଲିଂ ଦାବି କରିଛନ୍ତି ।
ଠକ ସଂସ୍ଥାକୁ ଜବତ କରି ସମ୍ପତ୍ତି ବିକି ଲୋକଙ୍କୁ ସରକାର ଟଙ୍କା ଫେରାନ୍ତୁ ବୋଲି ବିଧାନସଭାରେ ସନ୍ତୋଷ ସିଂ ସାଲୁଜା କହିଛନ୍ତି ।
BREAKING NEWS
- ସାଂସଦଙ୍କ ପୁଅ ଗାଡ଼ି ଧକ୍କାରେ ଓଡ଼ିଆ ଯୁବତୀ ମୃତ: ଗିରଫ ହେଲାନି ଅଭିଯୁକ୍ତ
- ଓଡ଼ିଶା ଉପରେ ଦୁଇଟି ସକ୍ରିୟ ଘୂର୍ଣ୍ଣିବଳୟ, ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
- ଉଜୁଡ଼ିଗଲା ପୂରା ପରିବାର, iPhoneର ଜିଦ୍ ନେଇଗଲା ୩ ଜୀବନ
- Master Canteen Violence:ମାଷ୍ଟରକ୍ୟାଣ୍ଟିନ ହିଂସା:ଅନଲାଇନ୍ ଅଟୋ ସଂଘ ସଭାପତି ଦୀନବନ୍ଧୁ ପୁରୀରୁ ଗିରଫ
- ଯଥାଶୀଘ୍ର ପୂରଣ ହେବ ବିଶ୍ୱ ବିଦ୍ୟାଳୟରେ ଖାଲି ପଡ଼ିଥିବା ପଦବୀ
- Superstition Murder: ସ୍ତ୍ରୀକୁ ଫେରିପାଇବା ପାଇଁ ସାଙ୍ଗକୁ ବଳି
- ବଡ଼ ପରଦାରେ ପୁଣି ଏକାଠି ହେବେ ସନ୍ନି-ରାଜକୁମାର; ଖୁବ୍ଶୀଘ୍ର ଆସୁଛି ଆକ୍ସନ୍ ଥ୍ରୀଲର ଘାତକ ୨
- ଆଶ୍ରମ ବିଦ୍ୟାଳୟରେ ବ୍ୟାପିଲାଣି ଜଣ୍ଡିସ;ଗୋଟିଏ ସପ୍ତାହରେ ୧୦ ଛାତ୍ରଛାତ୍ରୀ ଆକ୍ରାନ୍ତ
- ମହାନଦୀ ଜଳ ବିବାଦ: ସମାଧାନର ବାଟ ଫିଟାଇବ କେନ୍ଦ୍ରୀୟ ଜଳ ଆୟୋଗଙ୍କ ସ୍ୱତନ୍ତ୍ର ବୈଷୟିକ କମିଟି
- ଓୟୁଏଟିରେ ବଡ଼ ଅଘଟଣ: ନିର୍ମାଣାଧୀନ ଗେଟ୍ର ଛାତ ଭୁସୁଡ଼ି ୩ ଶ୍ରମିକ ଆହତ

Comments are closed.