Latest Odisha News

ରାଷ୍ଟ୍ରାୟାତ୍ତ, ଘରୋଇ ବ୍ୟାଙ୍କରେ ଜମାକାରୀଙ୍କ ସଞ୍ଚିତ ଅର୍ଥ ବୁଡ଼ିବ ନାହିଁ, ଘରୋଇ ବ୍ୟାଙ୍କରୁ ଅର୍ଥ ନ’କାଢିବାକୁ ରାଜ୍ୟ ସରକାରଙ୍କୁ ‘ରିଜର୍ଭ ବ୍ୟାଙ୍କ’ଙ୍କ ପରାମର୍ଶ

ନୂଆଦିଲ୍ଲୀ: ନିକଟରେ ଘଟିଥିବା ‘ୟେସ୍ ବ୍ୟାଙ୍କ’ ସଙ୍କଟ ପରିପ୍ରେକ୍ଷୀରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ରାଜ୍ୟ ସରକାରଙ୍କୁ ବ୍ୟାଙ୍କରେ ଅର୍ଥ ସଞ୍ଚୟ ଏବଂ ଉଠାଣ ନେଇ ପରାମର୍ଶ ଦେଇଛନ୍ତି ।

‘ୟେସ ବ୍ୟାଙ୍କ’ ପରିସ୍ଥିତି ପରେ ଆରବିଆଇ ଗୁରୁବାର ଦିନ ଏନେଇ ଓଡ଼ିଶା ସରକାରଙ୍କୁ ଏକ ପତ୍ର ମାଧ୍ୟମରେ କେତେକ ପରାମର୍ଶ ଦେଇଛନ୍ତି । ଦେଶର ଯେ କୌଣସି ରାଷ୍ଟ୍ରାୟତ ବ୍ୟାଙ୍କ ହେଉ କି ଘରୋଇ ବ୍ୟାଙ୍କ ଜନସାଧାରଣ ସଞ୍ଚିତ ରଖିଥିବା ଟଙ୍କା ସୁରକ୍ଷିତ ଅଟେ । ଜମାକାରୀଙ୍କ ଅର୍ଥ ରାଶି ବୁଡ଼ିବ ନାହିଁ ବୋଲି ଏହି ପତ୍ରରେ ଆରବିଆଇ ଆଶ୍ୱାସନା ଦେଇଛନ୍ତି ।

‘ୟେସ ବ୍ୟାଙ୍କ’ ପରିସ୍ଥିତି ପରେ ପରେ ବିଭିନ୍ନ ରାଜ୍ୟ ସରକାରମାନେ ଏବେ ବିଚଳିତ ହୋଇପଡ଼ିଛନ୍ତି, ମାତ୍ର ଏଥିରେ ଆଦୌ ବିଚଳିତ ନ’ହେବାକୁ ଆରବିଆଇ କହିଛନ୍ତି । କେତେକ ରାଜ୍ୟ ସରକାର ରାଷ୍ଟ୍ରାୟତ ବ୍ୟାଙ୍କ ଏବଂ ଘରୋଇ ବ୍ୟାଙ୍କ ଗୁଡ଼ିକରୁ ଗଚ୍ଛିତ ଟଙ୍କା ଉଠାଇବାରେ ଲାଗିଛନ୍ତି । ଏପରି ନକରିବାକୁ ରିଜର୍ଭ ବ୍ୟାଙ୍କ ରାଜ୍ୟ ସରକାରମାନଙ୍କୁ କହିଛନ୍ତି ।

ସମସ୍ତ ରାଷ୍ଟ୍ରାୟତ ଓ ଘରୋଇ ବ୍ୟାଙ୍କରେ ଜମାକାରୀଙ୍କ ଟଙ୍କା ସୁରକ୍ଷିତ ଅଟେ ମାତ୍ର କେତେକ ରାଜ୍ୟ ବିଚଳିତ ହୋଇ ଘରୋଇ ବ୍ୟାଙ୍କ ଏବଂ ଅନ୍ୟ ସଂସ୍ଥାନ ଗୁଡ଼ିକରେ ଜମା ରଖିଥିବା ରାଶି ସାର୍ବଜନିନ ଉପକ୍ରମ ବ୍ୟାଙ୍କମାନଙ୍କୁ ଟ୍ରାନସଫର କରିବାକୁ ନିର୍ଦ୍ଦେଶ ଜାରି କରିବା ଆରବିଆଇର ଦୃଷ୍ଟିଗୋଚର ହୋଇଛି । ଏହାର ପୁନର୍ବିଚାର କରିବାକୁ ରିଜର୍ଭ ବ୍ୟାଙ୍କ ଏହି ପତ୍ର ମାଧ୍ୟମରେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିବା ଜଣାପଡ଼ିଛି ।W

Comments are closed.