Latest Odisha News

BREAKING NEWS

ଭାରତ-ଦକ୍ଷିଣ ଆଫ୍ରିକା ଦିନିକଆ: ଦ୍ୱିତୀୟ ଓ ତୃତୀୟ ମ୍ୟାଚ୍‌ ଖାଲି ଷ୍ଟାଡିୟମରେ ଖେଳାଯାଇପାରେ !

ନୂଆଦିଲ୍ଲୀ: ବର୍ଷା ପରେ ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜରେ କରୋନା ପ୍ରଭାବ ଗ୍ରାସ କରିବାକୁ ଲାଗିଛି । ସିରିଜ୍‌ର ପ୍ରଥମ ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହୋଇସାରିଥିବାବେଳେ ଦ୍ୱିତୀୟ ଓ ତୃତୀୟ ମ୍ୟାଚ୍‌ ଖାଲି ଷ୍ଟାଡିୟମରେ ଖେଳାଯାଇପାରେ। କରୋନା ଭାଇରସ ବ୍ୟାପିବାର ଡର ଥିବାରୁ ଏଭଳି ସମ୍ଭାବନା ଦେଖାଦେଇଛି। ସିରିଜ୍‌ର ବଳକା ଦୁଇଟି ମ୍ୟାଚ୍‌ ମାର୍ଚ୍ଚ ୧୫ ତାରିଖରେ ଲକ୍ଷ୍ନୌ ଓ ୧୮ରେ କୋଲକାତାଠାରେ ଖେଳାଯିବାର ଅଛି।

ଯେଉଁ କ୍ରୀଡ଼ାଭିତ୍ତିକ ଇଭେଣ୍ଟ ବାତିଲ କରାଯାଇ ପାରିବ ନାହିଁ, ସେଥିରେ ବଡ଼ ସଂଖ୍ୟାରେ ଦର୍ଶକ ଉପସ୍ଥିତ ନ ରଖାଯାଉ ବୋଲି କ୍ରୀଡ଼ାମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶାନାମା ଦ୍ୱାରା କୁହାଯାଇଛି। ଯଦି କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ କରାଯାଇଛି, ତେମେ ଆମେ ମାନିବୁ ବୋଲି ବିସିସିଆଇ ସୂତ୍ରରୁ ଜଣାପଡ଼ିଛି।

Leave A Reply

Your email address will not be published.