ଭୁବନେଶ୍ୱର: ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ସେଲ୍ ଏବଂ ମିଳିତ ଅଭିଯୋଗ ସେଲ୍ ତଥା ପ୍ରକୋଷ୍ଠ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ।
କରୋନାଭାଇରସ୍ ଦିନକୁ ଦିନ ମାରାତ୍ମକ ରୂପ ନେଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀଙ୍କ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି।
ଏହାବ୍ୟତିତ ଲୋକମାନେ ସେମାନଙ୍କର ଅଭିଯୋଗ ଅନଲାଇନ ଦ୍ୱାରା ପଠାଇ ପାରିବେ ବୋଲି ଏଥିରେ କୁହାଯାଇଛି।
ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ କରୋନାଭାଇରସ୍ ରୋଗକୁ ରାଜ୍ୟ ବିପର୍ୟ୍ୟୟ ବୋଲି ଘୋଷଣା କରିଥିଲେ ଏବଂ ଶିକ୍ଷାନୁଷ୍ଠାନ, ଜିମ୍, ସୁଇମିଂ ପୁଲ୍ ଏବଂ ସିନେମା ହଲ୍ ବନ୍ଦ କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ।
Comments are closed.