ନୂଆଦିଲ୍ଲୀ:କରୋନା ଭାଇରସ ଏବେ ସମଗ୍ର ବିଶ୍ୱରେ ବ୍ୟାପି ଯାଇଛି । ଅନ୍ତର୍ଜାତୀୟସ୍ତରର ଅନେକ ଷ୍ଟାର ଖେଳାଳି ଏହା କବଳରେ ପଡିଗଲେଣି । ଆସନ୍ତୁ ଜାଣିବା କେଉଁ ଖେଳାଳି ଏହାର ଶୀକାର ହୋଇଛନ୍ତି । ଏନବିଏ ଟିମ୍ ଉଥାହ ଜ୍ୟାଜର ରୁଡି ଗୋବର୍ଟ ଏହି ତାଲିକାରେ ଶୀର୍ଷରେ ରହିଛନ୍ତି । ତାଙ୍କୁ ସତର୍କ କରାଇବା ସତ୍ୱେ ସେ ଏହାକୁ ଏତେଟା ଗୁରୁତ୍ୱ ଦେଇ ନ ଥିଲେ । ଜାଣିଶୁଣିମିଡିଆ ମାଇକ,ଡ୍ରେସିଂ ରୁମର ଅନ୍ୟମାନଙ୍କ ବ୍ୟବହୃତ ସାମଗ୍ରୀକୁ ମଜାରେ ଛୁଇଁଥିଲେ । ଏବେ ସେ କୋରନା ଭାଇରାସରେ ଆକ୍ରାନ୍ତ ଅଛନ୍ତି । ଗୋବର୍ଟଙ୍କ ପରେ ସେହି କ୍ଲବର ଡେନୋଭିନ ମିଶେଲ ମଧ୍ୟ ଏହା କବଳରେ ପଡିଛନ୍ତି ।
ଫୁଟବଲ କ୍ଲବ ଆର୍ସେନଲର ମ୍ୟାନେଜର ମାଇକେଲ ଅର୍ଟେଟା ଘାତକ ଭାଇରାସ ଆକ୍ରାନ୍ତର ଶୀକାର ହୋଇଛନ୍ତି । ତାଙ୍କ ପରେ କ୍ଲବ ତାର ଆଗାମୀ ସମସ୍ତ ମ୍ୟାଚକୁ ବାତିଲ କରିବା ସହ ଖେଳାଳିମାନଙ୍କୁ ଘରକୁ ପଠାଇ ଦେଇଛି । ଫର୍ମୁଲା ୱାନ ଟିମ୍ ମ୍ୟାକଲରେନର ଜଣେ ସଦସ୍ୟ କରୋନା ପଜିଟିଭ ଥିବା ଜଣାପଡିଛନ୍ତି । ତାଙ୍କ ନାମ ପ୍ରକାଶ କରାଯାଇ ନାହିଁ ।
ଏହା ପରେ ଟିମ୍ ଅଷ୍ଟ୍ରେଲିଆ ଗ୍ରାଁ ପ୍ରିରେ ଭାଗ ନେବ ନାହିଁ କହିଛି । ସମସ୍ତ ରେସରଙ୍କୁ ହୋଟେଲରେ ଅଲଗା ଅଲଗା ରୁମରେ ରଖାଯାଇଛି ।ଅଷ୍ଟ୍ରେଲିଆ କ୍ରିକେଟ ଟିମର କେନ ରିଚାର୍ଡସନ ଓ ଫୁଟବଲ ଷ୍ଟାର କ୍ରିଷ୍ଟିଆନ ରୋନାଲ୍ଡୋଙ୍କ ସାମ୍ପୁଲ ରିପୋର୍ଟ ଆସି ନାହିଁ ।
BREAKING NEWS
- ସିଲେକ୍ସନ ନୁହେଁ ଏଥର ଓସିଏରେ ନିର୍ଵାଚନ !
- Maoist Dump: ଜଙ୍ଗଲରୁ ମାଓବାଦୀ ଡମ୍ପ ଠାବ;ଦେଶୀ ବନ୍ଧୁକ, ଆଇଡି ଓ ବିସ୍ଫୋରକ ଜବତ
- ନେପାଳରେ ଭୟଙ୍କର ବନ୍ୟା; ଦେଖୁଦେଖୁ ଭାସିଗଲା ଘର ଓ ପାୱାର ପ୍ରୋଜେକ୍ଟ
- Kriti Sanon’s ad: କ୍ରିତି ସାନନଙ୍କ ରକ୍ଷାବନ୍ଧନ ପୋଷାକକୁ ନେଇ ବିବାଦ, ତୀବ୍ର ବିରୋଧ ପରେ ବିଜ୍ଞାପନ ହଟାଇଲା GIVA
- Rebels MPs: ବଢିଲା ବିଦ୍ରୋହୀ ସାଂସଦଙ୍କ ଅଡୁଆ, ସୁପ୍ରିମକୋର୍ଟ ପରେ ଏବେ ବାଚସ୍ପତିଙ୍କ ନୋଟିସ୍, ୭ ଦିନ ମଧ୍ୟରେ ଜବାବ ତଲବ
- Kirana Hills: ପାକିସ୍ତାନର ପରମାଣୁ ଠିକଣାକୁ ଆକ୍ରମଣ କରିଥିଲା କି ଭାରତ? ଅପରେସନ ସିନ୍ଦୂରର ଗୁମର ଖୋଲିଲେ ପୂର୍ବତନ CDS
- Blast At Hospital: ହସ୍ପିଟାଲରେ AC ବିସ୍ଫୋରଣରୁ ଭୟଙ୍କର ଅଗ୍ନିକାଣ୍ଡ, ଚାଲିଗଲା ୧୫ କଅଁଳ ଶିଶୁଙ୍କ ଜୀବନ…
- ଜମି ଜାଲିଆତି ଘଟଣା; ୨ ରାଜସ୍ୱ ଅଧିକାରୀ ନିଲମ୍ବିତ
- ଶରଣକୁଳ ଥାନା ପୂର୍ବତନ IIC ସୁଜିତ ଦାସଙ୍କ ବିରୋଧରେ NBW ଜାରି
- ହସ୍ପିଟାଲରୁ ଫେରାର ବିଚାରାଧୀନ କଏଦୀ

Comments are closed.