ନୂଆଦିଲ୍ଲୀ: ସାରା ବିଶ୍ୱକୁ କଲବଲ କଲାଣି କରୋନା । ହଜାର ହଜାର ଲୋକଙ୍କ ମୁଣ୍ଡ ନେଇଥିବା ଏହି ମାରାତ୍ମକ ଭୂତାଣୁ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ଏହାକୁ ରୋକିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ନିରନ୍ତର ପଦକ୍ଷେପ ନିଆଯାଉଛି । କରୋନା ପାଇଁ ଭାରତରେ ଫେସ ମାସ୍କ ଓ ହ୍ୟାଣ୍ଡ ସାନିଟାଇଜରକୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଭାବେ ଘୋଷଣା କରାଯାଇଛି ।
ତେବେ ଏହି ଦୁଇଟି ଅତ୍ୟାବଶ୍ୟକୀୟ ସାମଗ୍ରୀର ଯେପରି କଳାବଜାରୀ ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ରାଜ୍ୟ ସରକାରଙ୍କୁ ଅବଗତ କରାଇଛନ୍ତି କେନ୍ଦ୍ର ସରକାର । ଯଦି କେହି ମାସ୍କ ଓ ହ୍ୟାଣ୍ଡ ସାନିଟାଇଜରର ଦାମ୍ଠାର ଏହାକୁ ଅଧିକ ମୂଲ୍ୟରେ ବିକ୍ରି କରନ୍ତି ତେବେ ୭ ବର୍ଷ ଜେଲ୍ ଦଣ୍ଡ ଓ ଜରିମାନା ହେବ ବୋଲି କୁହାଯାଇଛି । ରିପୋର୍ଟ ଅନୁସାରେ ବାରମ୍ବାର ମାସ୍କ ଏବଂ ସାନିଟାଇଜରର ଦାମ୍ ବଢ଼ିବାକୁ ନେଇ କେନ୍ଦ୍ର ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ।
BREAKING NEWS
- ଆରସିବିର ନେତୃତ୍ୱ କିଏ ନେବ
- ଖୁବଶୀଘ୍ର ବିବାହ କରିବେ ନାଗାର୍ଜୁନଙ୍କ ପୁଅ ଅଖିଲ, ସରିଲା ନିର୍ବନ୍ଧ
- ୨୭ କୋଟିରୁ ରିଷଭ ପନ୍ତଙ୍କୁ ମିଳିବ କେତେ ଟଙ୍କା?
- ଇତିହାସ ପାଲଟିବ କୋଲକାତାର ହଳଦିଆ ଟ୍ୟାକ୍ସି
- ଗତ ୫ ବର୍ଷରେ କୁମ୍ଭୀର ଆକ୍ରମଣରେ ୨୨ ମୃତ
- ଗତ ୩ ବର୍ଷରେ ହାତୀ ଆକ୍ରମଣରେ ଯାଇଛି ୬୬୮ ଜୀବନ
- ସଇମ ଆୟୂବଙ୍କ ବିଶ୍ୱରେକର୍ଡ
- ଚାମ୍ପିୟନ୍ସ ଟ୍ରଫି କ୍ରିକେଟ: ହାଇବ୍ରିଡ ମଡେଲ ଆଡେ ମୁହାଁଇଛି ଆଇସିସି
- ଭୁବନେଶ୍ବରରେ ଏକ ଅତ୍ୟାଧୁନିକ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ
- ଗୃହରେ ୨୦୨୪-୨୫ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
Comments are closed.