Latest Odisha News

BREAKING NEWS

ଓଡିଶାର ୭ଟି ଜିଲ୍ଲାରେ ବର୍ଷା ସହ ବଜ୍ରପାତ ଆଶଙ୍କା

ଭୁବନେଶ୍ୱର: ଆଗାମୀ ୭୨ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ବର୍ଷା ଆଶଙ୍କା ରହିଥିବା ବେଳେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ୭ଟି ଜିଲ୍ଲାକୁ ହଳଦିଆ ୱାର୍ଣ୍ଣିଂ ଜାରି କରାଯାଇଛି ।

ସାଇକ୍ଲୋନିକ ସର୍କୁଲେସନ ପ୍ରଭାବରେ ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, କଳାହାଣ୍ଡି, କନ୍ଧମାଳ ଓ ନୂଆପଡା ଆଦି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ।

ଆହୁରି ମଧ୍ୟ ଆସନ୍ତା ସୋମବାର ଦିନ କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ ଏବଂ ବାଲେଶ୍ୱର । ମଙ୍ଗଳବାର ଦିନ ନବରଙ୍ଗପୁର, କାଳାହାଣ୍ଡି, କୋରାପୁଟ ଏବଂ ମୟୂରଭଞ୍ଜରେ ହାଲୁକା ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି ବିଭାଗ ପକ୍ଷରୁ ।

ସେହିପରି ଗୁରୁବାର ଦିନ ବେଳକୁ କେନ୍ଦୁଝର, ମୟୂରଭଞ୍ଜ,ବାଲେଶ୍ୱର,ଯାଜପୁର, ଭଦ୍ରକ,ଢେଙ୍କନାଳ, କନ୍ଧମାଳ, ନୟାଗଡ, ଖୋର୍ଦ୍ଧା, ଗଞ୍ଜାମ,ଝାରସୁଗୁଡା, ଅନୁଗୁଳ, କଳାହାଣ୍ଡି, ଆଦି ଜିଲ୍ଲାରେ ପାଣିପାଗ ପରିବର୍ତ୍ତନ ହୋଇପାରେ ।

Leave A Reply

Your email address will not be published.