ଭୁବନେଶ୍ୱର: କରୋନା ଭାଇରସ ଭୟରେ ବନ୍ଦ ହେଲା ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ । ଏଥିସହ ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ହେବାକୁ ଥିବା ସମସ୍ତ ପରୀକ୍ଷାକୁ ସ୍ଥଗିତ କରାଯାଇଛି । କେବଳ ସେତିକି ନୁହେଁ ଏକାଦଶ ପରୀକ୍ଷାକୁ ମଧ୍ୟ ବାତିଲ କରାଯାଇଛି । ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ଶିକ୍ଷକମାନେ ମଧ୍ୟ ସ୍କୁଲ୍ ଯିବେ ନାହିଁ। ତେବେ ସ୍କୁଲ୍ ନ ଗଲେ ବି ଶିକ୍ଷକମାନେ ସର୍ବଦା ଫୋନ୍ରେ ଆଲର୍ଟ ରହିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲ୍ ଗୁଡ଼ିକ ପରି ରାଜ୍ୟର ସମସ୍ତ କୋଚିଂ ସେଣ୍ଟର ସହିତ ଟ୍ୟୁସନ୍କୁ ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ଯଦି କେହି ଏହି ନିମୟ ନମାନନ୍ତି ତେବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ଅନ୍ୟପକ୍ଷରେ ଏହି ନିର୍ଦ୍ଦେଶ ଅନୁଯାୟୀ, ଦ୍ୱାଦଶ ଶ୍ରେଣୀ ପାଇଁ ଚାଲୁ ରହିଥିବା ପରୀକ୍ଷା ଜାରି ରହିବ। ସେହିପରି ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଖାତାଦେଖା ଜାରି ରହିବ ନେଇ ପରାମର୍ଶ ଦିଆଯାଇଛି ।
BREAKING NEWS
- ଜୁନିୟର ହକି ବିଶ୍ୱକପ: ଆର୍ଜେଂଟିନାକୁ ହରାଇ ଭାରତ ଜିତିଲା ବ୍ରୋଞ୍ଜ
- କିଟକୁ ମିଳିଲା ସିଆଇଆଇ ପୁରସ୍କାର…
- ତହସିଲଦାରଙ୍କ ଗାଡ଼ି ସିଜ୍ ପରେ ଜମି ମାଲିକଙ୍କୁ ମିଳିଲା କ୍ଷତିପୂରଣ ଟଙ୍କା
- ମୋଦିଙ୍କ କାର୍ କାହିଁକି ହୋଇଥାଏ କଳା ରଙ୍ଗର ? ଜାଣନ୍ତୁ କାରଣ…
- କେଉଁ ବୟସରେ ବିବାହ କରନ୍ତି ଜାପାନ ମହିଳା, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ
- ଇଣ୍ଡିଗୋର ଉଡ଼ାଣ ଉପରେ ରହିବ ନଜର; ଟିମ୍ ଗଠନ କଲା ଡିଜିସିଏ
- ଦାବି ପୂରଣ ନହେଲେ ରାଜ୍ୟବ୍ୟାପୀ ଧର୍ମଘଟ କରିବେ ଡାକ୍ତର: ଓଏମଏସଏ
- ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଅଧ୍ୟକ୍ଷ ଗିରଫ
- ଭାଙ୍ଗୁଛି ନିଶା କାରବାର ନେଟୱର୍କ: ୬୧ଟି ମାମଲା ରୁଜୁ, ୧୮୧ ଗିରଫ
- ଓଡ଼ିଶା କଂଗ୍ରେସର ନେତୃତ୍ୱ ନେବା ପାଇଁ ଭକ୍ତ ଦାସ ଅନଫିଟ୍: ସୋନିଆଙ୍କୁ ଚିଠି ଲେଖିଲେ ମୋକିମ୍
Comments are closed.