ନୂଆଦିଲ୍ଲୀ: କରୋନା ପାଇଁ ସମ୍ପୂର୍ଣ୍ଣ ବନ୍ଦ ହେବନି ସୁପ୍ରିମ କୋର୍ଟ । ଏନେଇ ସୁପ୍ରିମକୋର୍ଟ ପ୍ରଧାନ ବଚାରପତି ଜଷ୍ଟିସ ବୋବଡେ ସୂଚନା ଦେଇଛନ୍ତି । ୪ ଆପେକ୍ସ କୋର୍ଟ ବିଚାରପତି, ସୁପ୍ରିମକୋର୍ଟ ଓକିଲ ସଂଘ , ଏମ୍ସ ଡାକ୍ତରଙ୍କ ସହିତ ଆଲୋଚନା କରିବା ପରେ କରୋନାକୁ ନେଇ ସୁପ୍ରିମକୋର୍ଟକୁ ପୁରା ବନ୍ଦ କରିବାକୁ ମନା କରିଦେଇଛନ୍ତି ପ୍ରଧାନ ବିଚାରପତି ।
ଆଗରୁ କରୋନାକୁ ନେଇ ସୁପ୍ରିମକୋର୍ଟରେ ସତର୍କତା ଗ୍ରହଣ କରାଯାଇଛି । କେବଳ ବିଚାର ହେବାକୁ ଥିବା ମାମଲା ସମ୍ପର୍କିତ ବ୍ୟକ୍ତି ଏବଂ ଓକିଲ ସୁପ୍ରିମକୋର୍ଟ ଶୁଣାଣି କକ୍ଷରେ ଉପସ୍ଥିତ ରହିବା ନେଇ ଆଗୁଆ ସୂଚନା ଜାରି ହୋଇ ସାରିଛି । ତେବେ କୌଣସି ବ୍ୟକ୍ତିଙ୍କୁ ଥଣ୍ଡା ଓ କଫ ଥିଲେ କିମ୍ବା ସେ ଅସୁସ୍ଥ ଥିଲେ ତାଙ୍କୁ କୋର୍ଟ ନ ଆସିବାକୁ କୁହାଯାଇଛି ।
ଭଲ୍ୟୁଣ୍ଟର ଜାରି କରି ସୁପ୍ରିମକୋର୍ଟରେ ଲୋକଙ୍କୁ ଅଧିକ ସଚେତନ କରିବାକୁ କହିଛନ୍ତି ପ୍ରଧାନ ବିଚାରପତି । ଏହାବ୍ୟତୀତ ଓକିଲମାନଙ୍କୁ ଇ-ଫାଇଲିଂ ଓ ଭିଡିଓ କନଫରେନ୍ସିଂରେ ଶୁଣାଣି କରିବା ବ୍ୟବସ୍ଥାକୁ ଗ୍ରହଣ କରିବାକୁ ନିବେଦନ କରିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ।
BREAKING NEWS
- ହୀରାକୁଦ ଓ ସାତକୋଶିଆ ବିକାଶ ପାଇଁ ୧୯୯ କୋଟି ମଞ୍ଜୁର
- କଟକରେ ନୂଆ ତହସିଲ ଅଫିସ ଓ ସବ୍ ରେଜିଷ୍ଟର୍ ଅଫିସ୍ ଭିଭିପ୍ରସ୍ତର ସ୍ଥାପିତ କଲେ ମୁଖ୍ୟମନ୍ତ୍ରୀ
- ଅର୍ଶଦୀପଙ୍କ ନାମରେ ଯୋଡି ହୋଇଗଲା ଅଲୋଡା ରେକର୍ଡ
- ବିହାରରେ କାୟା ମେଲାଇଛି ଏଚଆଇଭି; ୪୦୦ରୁ ଉର୍ଦ୍ଧ୍ବ ପିଲା ସଂକ୍ରମିତ…
- ଗୋଆ ଅଗ୍ନିକାଣ୍ଡ: ନାଇଟ୍ କ୍ଲବ୍ ମାଲିକ ଲୁଥ୍ରା ବ୍ରଦର୍ସଙ୍କ ଅଗ୍ରୀମ ଜାମିନ୍ ଆବେଦନକୁ ଖାରଜ କଲେ ଦିଲ୍ଲୀ କୋର୍ଟ
- ଆମେରିକା କି ଚୀନ୍ ନୁହେଁ, ବରଂ ଏହି ଦେଶକୁ AIର ‘ଫ୍ୟୁଚର୍ ବାଦଶାହ’ କୁହାଯିବ.. ଜାଣନ୍ତୁ କାହିଁକି ଏପରି ଆକଳନ କରାଯାଇଛି?
- Indian Currency Cost: ଭାରତୀୟ ନୋଟ୍ ଛାପିବା ପାଇଁ କେତେ ଟଙ୍କା ଖର୍ଚ୍ଚ ହୁଏ? ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ..
- IADWS: ଏବେ ଦିଲ୍ଲୀକୁ ଜଗିବ ସ୍ୱଦେଶୀ ବାୟୁ ପ୍ରତିରକ୍ଷା ପ୍ରଣାଳୀ
- ଟି୨୦ ବିଶ୍ୱକପ ୨୦୨୬ର ଟିକେଟ ବିକ୍ରି ଆରମ୍ଭ
- SIRର ଶେଷ ତାରିଖ ୧୪ ଦିନ ବୃଦ୍ଧି, ଜାଣନ୍ତୁ କେବେ ପର୍ଯ୍ୟନ୍ତ ଦାଖଲ ହୋଇପାରିବ ଫର୍ମ
Comments are closed.