ନୂଆଦିଲ୍ଲୀ: କରୋନା ପାଇଁ ସମ୍ପୂର୍ଣ୍ଣ ବନ୍ଦ ହେବନି ସୁପ୍ରିମ କୋର୍ଟ । ଏନେଇ ସୁପ୍ରିମକୋର୍ଟ ପ୍ରଧାନ ବଚାରପତି ଜଷ୍ଟିସ ବୋବଡେ ସୂଚନା ଦେଇଛନ୍ତି । ୪ ଆପେକ୍ସ କୋର୍ଟ ବିଚାରପତି, ସୁପ୍ରିମକୋର୍ଟ ଓକିଲ ସଂଘ , ଏମ୍ସ ଡାକ୍ତରଙ୍କ ସହିତ ଆଲୋଚନା କରିବା ପରେ କରୋନାକୁ ନେଇ ସୁପ୍ରିମକୋର୍ଟକୁ ପୁରା ବନ୍ଦ କରିବାକୁ ମନା କରିଦେଇଛନ୍ତି ପ୍ରଧାନ ବିଚାରପତି ।
ଆଗରୁ କରୋନାକୁ ନେଇ ସୁପ୍ରିମକୋର୍ଟରେ ସତର୍କତା ଗ୍ରହଣ କରାଯାଇଛି । କେବଳ ବିଚାର ହେବାକୁ ଥିବା ମାମଲା ସମ୍ପର୍କିତ ବ୍ୟକ୍ତି ଏବଂ ଓକିଲ ସୁପ୍ରିମକୋର୍ଟ ଶୁଣାଣି କକ୍ଷରେ ଉପସ୍ଥିତ ରହିବା ନେଇ ଆଗୁଆ ସୂଚନା ଜାରି ହୋଇ ସାରିଛି । ତେବେ କୌଣସି ବ୍ୟକ୍ତିଙ୍କୁ ଥଣ୍ଡା ଓ କଫ ଥିଲେ କିମ୍ବା ସେ ଅସୁସ୍ଥ ଥିଲେ ତାଙ୍କୁ କୋର୍ଟ ନ ଆସିବାକୁ କୁହାଯାଇଛି ।
ଭଲ୍ୟୁଣ୍ଟର ଜାରି କରି ସୁପ୍ରିମକୋର୍ଟରେ ଲୋକଙ୍କୁ ଅଧିକ ସଚେତନ କରିବାକୁ କହିଛନ୍ତି ପ୍ରଧାନ ବିଚାରପତି । ଏହାବ୍ୟତୀତ ଓକିଲମାନଙ୍କୁ ଇ-ଫାଇଲିଂ ଓ ଭିଡିଓ କନଫରେନ୍ସିଂରେ ଶୁଣାଣି କରିବା ବ୍ୟବସ୍ଥାକୁ ଗ୍ରହଣ କରିବାକୁ ନିବେଦନ କରିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ।
BREAKING NEWS
- ମହେନ୍ଦ୍ରଗିରି ମେଳାରେ ଯୋଗ ଦେଲେ ରାଜ୍ୟପାଳ; ବୌଦ୍ଧ ମଠ ପରିଦର୍ଶନ କଲେ
- ବନ୍ୟଜନ୍ତୁ ଶିକାର ଅଭିଯୋଗରେ ବନ ବିଭାଗର ଚଢଉ; ୨ ବେଆଇନ ଦେଶୀ ବନ୍ଧୁକ ଜବତ, ୭ ଜଣ ଅଟକ
- ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ଯୋଗ୍ୟତା ଅର୍ଜନ କଲେ ଅନୀମେଶ କୁଜୁର
- ଆନ୍ତଃରାଜ୍ୟ ଜୁଆ ଆଡ୍ଡା ଉପରେ ବଡ଼ ଧରଣର ଚଢ଼ାଉ; ନଗଦ ୨୮.୩୯ ଲକ୍ଷ ଟଙ୍କା ସହ ସୁନା, ରୂପା ଅଳଙ୍କାର ଜବତ, ୨ ଗିରଫ
- Elephant death: ଜଙ୍ଗଲରୁ ମିଳିଲା ହାତୀ ଛୁଆ କଙ୍କାଳ;ମୃତ୍ୟୁର କାରଣ ଅସ୍ପଷ୍ଟ
- ୬ କୋଟିରୁ ଅଧିକ ଟଙ୍କା ଠକେଇ କରିଥିବା ଗ୍ୟାଙ୍ଗର ପର୍ଦ୍ଦାଫାଶ, ୩ ଗିରଫ
- ଟି୨୦ ମହିଳା ବିଶ୍ୱକପ କ୍ରିକେଟ: ଗ୍ରୁପ ଅଫ ଡେଥରେ ଭାରତ
- କମ୍ବିଂ ଅପରେସନ ବେଳେ ମାଓ ଡମ୍ପ ଠାବ, ବିପୁଳ ପରିମାଣର ବିସ୍ଫୋରକ ଜବତ
- ଟିମ ଇଣ୍ଡିଆରୁ ବିଦା ହେବା ପରେ ଚମକିଲା ସୂର୍ଯ୍ୟକୁମାରଙ୍କ ବ୍ୟାଟ
- ଶିମିଳିପାଳରେ ମଣିଷ ମାରି ଖାଇଥିଲା କଲରାପତରିଆ: ଆରସିସିଏଫ୍
Comments are closed.