ଅଙ୍କରା: ସିରିୟା ଗୃହଯୁଦ୍ଧ ଶରଣାର୍ଥୀ ଶିଶୁ ଏଲନ କୁର୍ଦି ମୃତ୍ୟୁ ଘଟଣାରେ ୩ ଅଭିଯୁକ୍ତଙ୍କୁ ସ୍ଥାନୀୟ କୋର୍ଟ ୧୨୫ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛି । ତୁର୍କୀ ସରକାର ଏହି ୩ ଅଭିଯୁକ୍ତଙ୍କୁ ମାନବ ଚୋରା ଚାଲାଣ ଘଟଣାରେ ଚଳିତ ସପ୍ତାହରେ ଗିରଫ କରିଥିଲା । ସେପ୍ଟମ୍ବର ୨୦୧୫ରେ ତୁର୍କୀର ବୋଡରମ ସମୁଦ୍ର କୂଳରେ ଗୋଟିଏ ନିରୀହ ଶିଶୁର ମୃତ ଶରୀର ମିଳିଥିଲା ।
ଏହି ଫଟୋ ପ୍ରକାଶ ପାଇବା ପରେ ସାରା ବିଶ୍ୱର ମାନବିକତା ମୂଲ୍ୟବୋଧ ରଖିଥିବା ବ୍ୟକ୍ତିଙ୍କ ଆଖିରେ ଲୁହ ଆସି ଯାଇଥିଲା । ସିରିୟା ଗୃହଯୁଦ୍ଧ ସମୟରେ ଅନ୍ୟ ଦେଶରେ ଶରଣ ନେବା ପାଇଁ ଅବଦୁଲ୍ଲା ତାଙ୍କ ପତ୍ନୀ ଓ ଶିଶୁକୁ ନେଇ କରି ଯାଉଥିବା ବେଳେ ଡଙ୍ଗାଟି ବୁଡି ଯାଇଥିଲା । ଏଥିରେ ମାଆ ଓ ଶିଶୁ (ଏଲନ କୁର୍ଦି) ପାଣିରେ ବୁଡି ମୃତ୍ୟୁବରଣ କରିଥିଲେ । ଏହି ଘଟଣା ପରେ ଅବଶ୍ୟ ସାମୟିକ ଭାବେ ଶରଣାର୍ଥୀମାନଙ୍କ ପାଇଁ କିଛି ଦିନ ଅନ୍ୟ ଦେଶର ଦ୍ୱାର ଖୋଲିଥିଲା ମାତ୍ର ପରେ ଏହା ବନ୍ଦ ହୋଇ ଯାଇଥିଲା ।
BREAKING NEWS
- ମହାନଦୀରେ ବୃଦ୍ଧି ପାଉଛି ଜଳସ୍ତର; ଧବଳେଶ୍ବର ପୀଠକୁ ଯିବା ନେଇ ଲାଗିଲା କଟକଣା
- ପୁଣି ଫେରୁଛି ବର୍ଷା! ୯ ରେ ଲଘୁଚାପ ସମ୍ଭାବନା
- ଉପର ମୁଣ୍ଡରେ ପ୍ରବଳ ବର୍ଷା; ଖୋଲିଲା ହୀରାକୁଦ ଡ୍ୟାମର ଆଉ ୧୦ ଗେଟ୍
- Rahul Gandhi Speech: ବଢିପାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଅଡୁଆ! ଲୋକସଭାରେ ବାଚସ୍ପତି ନେଇପାରନ୍ତି ବଡ ନିଷ୍ପତ୍ତି…
- ଆହୁରି ଶକ୍ତିଶାଳୀ ହେବ ସାମୁଦ୍ରିକ ସୁରକ୍ଷା, ଭାରତୀୟ ନୌସେନା ପାଇଲା ଡାଇଭିଂ ସପୋର୍ଟ ଜାହାଜ ‘ନିପୁଣ’
- ଦୁଗ୍ଧ କ୍ଷେତ୍ରରେ ଓମ୍ଫେଡ୍କୁ ମିଳିଲା ଜାତୀୟ ପୁରସ୍କାର
- ରାଜ୍ୟରେ ବନ୍ୟା ବିତ୍ପାତ: ୨୦ ଜିଲ୍ଲାର ୭ ଲକ୍ଷରୁ ଅଧିକ ଲୋକ ବନ୍ୟା ପ୍ରଭାବିତ
- ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର: ୫ ଜିଲ୍ଲାକୁ ହାଇଆଲର୍ଟ, ୪ ଜିଲ୍ଲାରେ ସ୍କୁଲ୍ ଛୁଟି ଘୋଷଣା
- ସଂସଦରେ ଆଣ୍ଟି ପେପର୍ ଲିକ୍ ବିଲ୍ ପାସକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା
- ମହାନଦୀରେ ମାଡ଼ି ଆସୁଛି ବନ୍ୟା: ସ୍ଥିତି ଗମ୍ଭୀର, ମୁଣ୍ଡଳୀରେ ପହଞ୍ଚିପାରେ ୯.୫ ଲକ୍ଷ କ୍ୟୁସେକ୍ ଜଳ
Comments are closed.