ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ଫାଶୀ ଦଣ୍ଡରୁ ବର୍ତ୍ତିବା ପାଇଁ ଅନ୍ତର୍ଜାତୀୟ କୋର୍ଟ ଅଫ ଜଷ୍ଟିସ(ଆଇସିଜେ)ରେ ପହଞ୍ଚିଛନ୍ତି। ନିର୍ଭୟା ଦୋଷୀଙ୍କୁ ଆସନ୍ତା ୨୦ ତାରିଖ ସକାଳ ୫.୩୦ରେ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ପଟିଆଲା ହାଉସ କୋର୍ଟ ଡେଥ ୱାରେଣ୍ଟ ଜାରି କରିଛନ୍ତି । ଏଥିରୁ ବର୍ତ୍ତିବା ପାଇଁ ଭାରତରେ ସମସ୍ତ ପ୍ରକାରର ଆଇନଗତ ବିକଳ୍ପ ଦୋଷୀମାନେ ବ୍ୟବହାର କରିସାରିଛନ୍ତି। ହେଲେ ସବୁଠାରେ ସେମାନଙ୍କୁ ନିରାଶ ହେବାକୁ ପଡ଼ିଛି।
ଏବେ ଦୋଷୀ ଅକ୍ଷୟ, ପବନ ଓ ବିନୟ ଫାଶୀ ଦଣ୍ଡରେ ରୋକ ଲଗାଇବା ପାଇଁ ଆଇସିଜେର ଦ୍ୱାରସ୍ଥ ହୋଇଛନ୍ତି। ଏହି ଆବେଦନ ନିଶ୍ଚିତ ଖାରଜ ହେବ। କାରଣ ଆଇସିଜେ କେବଳ ଦୁଇ ଦେଶ ମଧ୍ୟରେ ଥିବା ବିବାଦର ସମାଧାନ କରିବାର ନଜିର ରହିଛି। ନିକଟରେ ଭାରତୀୟ ନାଗରିକ ତଥା ପାକିସ୍ତାନରେ ଫାଶୀ ଦଣ୍ଡ ପାଇଥିବା କୁଳଭୂଷଣ ଯାଦବଙ୍କ ମାମଲାର ଶୁଣାଣି ଆଇସିଜେରେ ହୋଇଥିଲା । ହେଲେ ପ୍ରଥମଥର ପାଇଁ ଦେଶ ଭିତରର ଏକ ମାମଲାରେ ନିର୍ଭୟା ଦୋଷୀମାନେ ଆଇସିଜେର ଦ୍ୱାରସ୍ଥ ହୋଇଛନ୍ତି। ଆଇନ ବିଶେଷଜ୍ଞମାନଙ୍କ ମତରେ କେବଳ ଆଇସିଜେ ନିଶ୍ଚିତ ଭାବେ ଏଭଳି ଏକ ଆବେଦନକୁ ଗ୍ରହଣ କରିବେ ନାହିଁ।
Comments are closed.