Latest Odisha News

BREAKING NEWS

ଘରେ ବସି ଅଫିସ କାର୍ଯ୍ୟ କରିବେ ବିସିସିଆଇ କର୍ମଚାରୀ

ନୂଆଦିଲ୍ଲୀ: କରୋନା ଭାଇରସ କାରଣରୁ ବିସିସିଆଇ ମଙ୍ଗଳବାର ମୁମ୍ବାଇସ୍ଥିତ ତା’ର ଅଫିସକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ଏହା ସହ ବିସିସିଆଇ ତା’ର କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦେଇଛି। ପରବର୍ତ୍ତୀ ନୋଟିସ୍ ସୁଦ୍ଧା କ୍ରିକେଟର ସମସ୍ତ ଗତିବିଧିକୁ ପୂର୍ବରୁ ହିଁ ନିଲମ୍ବନ କରାଯାଇଥିଲା ଏବଂ ଏଭଳି ସ୍ଥିତିରେ ସବୁ କାମ କର୍ମଚାରୀମାନେ ଘରେ କରିବେ। ଏ ନେଇ ବୋର୍ଡ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବୋର୍ଡର ସମସ୍ତ କର୍ମଚାରୀଙ୍କୁ ସୂଚେଇ ଦିଆଯାଇଛି ଯେ କୋଭିଡ୍‌-୧୯ ମହାମାରୀକୁ ଦୃଷ୍ଟିରେ ରଖି ୱାଙ୍ଖଡେ ଷ୍ଟାଡିୟମସ୍ଥିତ ମୁଖ୍ୟ କାର‌୍ୟ୍ୟାଳୟ ବନ୍ଦ ରହିବ।

ବିସିସିଆଇ ପୂର୍ବରୁ ହିଁ ଆଇପିଏଲକୁ ସ୍ଥଗିତ କରିବାକୁ ନିଷ୍ପତ୍ତି ନେଇସାରିଛି। ସେହିପରି ଇରାନୀ କପ୍ ଏବଂ ମହିଳା ଚ୍ୟାଲେଞ୍ଜର ଟ୍ରଫି ସମେତ ସବୁ ଘରୋଇ ଟୁର୍ଣ୍ଣାମେଣ୍ଟକୁ ମଧ୍ୟ ସ୍ଥଗିତ କରାଯାଇଛି। ମାରାତ୍ମକ କରୋନା ଭାଇରସ୍ ଦ୍ରୁତ ଗତିରେ ବ୍ୟାପୁଥିବାର ଦେଖି ବର୍ତ୍ତମାନ ଭାରତ ଓ ବିଦେଶରେ ଅଧିକାଂଶ କମ୍ପାନୀ ନିଜ କର୍ମଚାରୀଙ୍କୁ ଘରେ କାମ କରିବାକୁ ପ୍ରୋତ୍ସାହିତ କରୁଛନ୍ତି।

Leave A Reply

Your email address will not be published.