Latest Odisha News

BREAKING NEWS

ରାଜଧାନୀରେ ମହିଳା ଡ଼ାକ୍ତରଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ କଲେ ପରିବାର

ଭୁବନେଶ୍ୱର : ଭୁବନେଶ୍ୱର ପଟିଆସ୍ଥିତ ଶ୍ରୀବିହାର ଅଞ୍ଚଳର ଏକ ଭଡା ଘରୁ ଜଣେ ଡାକ୍ତରାଣୀଙ୍କ ମୃତଦେହକୁ ଉଦ୍ଧାର କରିଛି ପୋଲିସ ।

ମୃତକ ଜଣଙ୍କ ମନସ୍ୱିନୀ ବାରିକ ହୋଇଥିବାବେଳେ ସେ ଚନ୍ଦ୍ରଶେଖରପୁର ସ୍ଥିତ ଏକ ଘରୋଇ ହସ୍ପିଟାଲରେ କାର୍ଯ୍ୟରତ ଥିଲେ ବୋଲ ଜଣାପଡିଛି ।

ତେବେ ଉକ୍ତ ରୁମରୁ ମୃତ ଶରୀରକୁ ଉଦ୍ଧାର ବେଳେ ସେଠାରେ କିଛି ସିରିଞ୍ଜ ଓ ଇଞ୍ଜେକସନ୍ ମିଳିଥିଲା । ପାରିପାଶ୍ୱିର୍କ ସ୍ଥିତିକୁ ଦେଖି ଡାକ୍ତରାଣୀ ଜନକ ଇଞ୍ଜେକସନ ନେଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଅନ୍ୟପକ୍ଷରେ ସେ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ପାରିପାଶ୍ୱିକ ସ୍ଥିତି ଅନ୍ୁଧ୍ୟାନ କରି ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି । ଏଥିସହିତ ବ୍ୟବଚ୍ଛେଦ ରିପୋର୍ଟ ଆସିଲ ପରେ ହିଁ ଘଟଣାର ସତ୍ୟତା ଜଣାପଡିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି ।

ସୂଚନା ଅନୁଯାୟୀ ମନସ୍ୱିନୀ ଭଡାଘରେ ନିଜ ଭାଇ ସହିତ ରହୁଥିଲେ ଏବଂ ସେ ବିବାହିତ ହୋଇଥିଲେ ମଧ୍ୟ ତାଙ୍କର ଛାଡପତ୍ର ହୋଇଯାଇଥିଲା ।

ମୃତ ମହିଳା ଡ଼ାକ୍ତରଙ୍କ ବାପାଙ୍କ ଆଜି ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି । ସେ କହିଛନ୍ତି, “ଛାଡ଼ପତ୍ର ଦେବା ସତ୍ତେ୍ୱ ମୋ ଝିଅ ଦୃଢ ମନୋବଳ ନେଇ କାର୍ଯ୍ୟ କରୁଥିଲା । ସେ ପୂର୍ବରୁ କି ଏବେ କେବେ ଆତ୍ମହତ୍ୟା କରିବାକୁ ପ୍ରଚେଷ୍ଟା କରିନାହିଁ । ତାକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ।”

Leave A Reply

Your email address will not be published.