ସମ୍ବଲପୁର: ମା’ଙ୍କ ଦେହାନ୍ତ ହେବାର କିଛି ଘଣ୍ଟା ପରେ ଡ୍ୟୁଟିରେ ଯୋଗ ଦେଇ ଅନ୍ୟମାନଙ୍କ ଲାଗି ଉଦାହରଣ ସାଜିଛନ୍ତି ସମ୍ବଲପୁର ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ଅଶୋକ ଦାସ ।
ଯିଏକି ଅତ୍ୟନ୍ତ ନିଷ୍ଠାପର ଭାବେ ଓଡିଶାରେ କରୋନାଭାଇରସ ସଚେତନତା ଲାଗି କାର୍ଯ୍ୟ କରୁଛନ୍ତି ।
ଉଙଠଓଊ-୧୯ ଲାଗି ଜିଲ୍ଲାର ନୋଡାଲ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ସେଥିମଧ୍ୟରେ ଡ. ଦାସ ମଧ୍ୟ ସାମିଲ ରହିଛନ୍ତି । ପରେ ମାର୍ଚ୍ଚ ୧୭ ତାରିଖ ସକାଳେ ସେ ନିଜ ମା ପଦ୍ମିନୀ ଦାସ (୮୦)ଙ୍କୁ ହରାଇଥିଲେ। ଏହାର କିଛି ଘଣ୍ଟା ମଧ୍ୟରେ ସେ ଶ୍ରମିକ ଏବଂ କୃଷକଙ୍କ ସହ ଆୟୋଜିତ ଏକ ବୈଠକରେ ଯୋଗ ଦେଇ ଏହି ରୋଗ ଏବଂ ଏହାର ପ୍ରତିଷେଧକ ବ୍ୟବସ୍ଥା ଉପରେ ସଚେତନତା ବାର୍ତ୍ତା ଦେଇଥିଲେ ।
ପରବର୍ତ୍ତୀ ସମୟରେ ସେହିଦିନ ସନ୍ଧ୍ୟାରେ ସେ ଘରକୁ ଫେରିବା ପରେ ରୀତିନୀତି ଅନୁଯାୟୀ ନିଜ ମା’ଙ୍କ ଅନ୍ତିମ ସଂସ୍କାର କରିଥିଲେ ।
ସାରା ବିଶ୍ୱରେ କରୋନାଭାଇରସ ମହାମାରୀର ରୂପ ନେଇଥିବା ବେଳେ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଡାକ୍ତରଙ୍କ କର୍ତ୍ତବ୍ୟ ପ୍ରିତି ଲାଗି ତାଙ୍କୁ ଚାରିଆଡୁ ପ୍ରଶଂସା କରାଯାଉଛି ।
Comments are closed.