Latest Odisha News

କୋଭିଡ-୧୯: ଯାଜପୁର ରୋଡ଼ ପ୍ରେସ୍ କ୍ଲବ୍ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ବ୍ୟାସନଗର: ସାରା ବିଶ୍ୱରେ କରୋନା ଭରାଇସ ନିଜ କାୟା ବିସ୍ତାର କରୁଛି । ଏହାର ପ୍ରଭାବରେ ବିଶ୍ୱରେ ମୃତ୍ୟୁ ସଂଖ୍ୟା ୮୦୦୦ ଟପିଥିବା ବେଳେ ଭାରତରେ ଏହାର ଆକ୍ରାନ୍ତଙ୍କ ସଂଖ୍ୟା ଦେଢଶହ ଟପିଲାଣି ।

ତେବେ ଏଥିପାଇଁ କେନ୍ଦ୍ର ତଥା ରାଜ୍ୟ ସରକାର ବିଭିନ୍ନ ସତର୍କତା ମୂଳ କଟକଣା ମାନ ମଧ୍ୟ ଜାରି କରିଛନ୍ତି ।

ତେବେ ଏହି ସମୟରେ କଟକଣା ଠାରୁ ଆଧିକ ଫଳପ୍ରଦ ହେବ ଲୋକଙ୍କୁ ସଚେତନ କାରାଇବା । ସାଧାରଣ ଜନତା ସଚେତନ ହେଲେ ହିଁ ସେମାନେ ନିଜକୁ ନିଜେ ସୁରକ୍ଷିତ ରଖି ପାରିବେ । ତେଣୁ ସାଧାରଣ ଲୋକଙ୍କୁ ସଚେତନ କରାଇବା ଲାଗି ଯାଜପୁରରେ ସାମ୍ବାଦିକ ମାନେ ଅଣ୍ଟା ଭିଡିଛନ୍ତି।

ଯାଜପୁର ରୋଡ଼ ପ୍ରେସ କ୍ଲବ ପକ୍ଷରୁ ବ୍ୟାସନଗର ପୌରାଞ୍ଚଳରେ କରୋନାଭାଇରସ୍ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।

ଏହି କାର୍ଯ୍ୟକ୍ରମ ଜରିଆରେ ପ୍ରେସ କ୍ଲବର ସଦସ୍ୟ ମାନେ ମୁଁହରେ ମାସ୍କ ପିନ୍ଧି ଏକ ସଚେତନତା ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ । ବସ୍ ଷ୍ଟାଣ୍ଡ ଓ ରେଳ ଷ୍ଟେସନରେ ସାଧାରଣ ଲୋକଙ୍କୁ ମାସ୍କ ଓ ସାନିଟାଇଜର ବଣ୍ଟନ କରାଯାଇଥିଲା ।

ଘରେ ସହଜ ଉପାୟରେ କିଭଳି ମାସ୍କ ଓ ସାନିଟାଇଜର୍ ପ୍ରସ୍ତୁତ କରିହେବ ଏବଂ ଭାଇରସ୍ କବଳରୁ କିପରି ନିଜକୁ ସୁରକ୍ଷିତ ରଖାଯାଇପାରିବ, ଏହା ଉପରେ କ୍ଲବ୍ ର ସଦସ୍ୟ ମାନେ ଲୋକଙ୍କୁ ସଚେତନ କରାଇଥିଲେ।

ତେବେ ଲୋକ ଯେତେ ସଚେତନ ଓ ସତର୍କ ରହିବେ ଏହି ମାରାତ୍ମକ ଭୂତାଣୁ ଠାରୁ ସେତେ ଶିଘ୍ର ରକ୍ଷା ମିଳି ପାରିବ ବୋଲି କ୍ଲବର ସଭାପତି ମତ ପୋଷଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର କେତେକ ସ୍ବେଚ୍ଛାସେବୀ ସଙ୍ଗଠନ ସାମିଲ ହୋଇ ସହଯୋଗ କରିଥିଲେ।

Leave A Reply

Your email address will not be published.