Latest Odisha News

BREAKING NEWS

କରୋନା ସତର୍କତା: କୋରାପୁଟରେ ୨୪ ଘଣ୍ଟିଆ କ୍ୱାରେଣ୍ଟାଇନରେ ରହିଲେ ଫ୍ରାନ୍ସ ନାଗରିକ !

କୋରାପୁଟ: କରୋନା ଭୂତାଣୁ ଆତଙ୍କର ଛାୟା ସବୁଆଡ଼େ ବ୍ୟାପୀଯାଇଥିବା ବେଳେ ବୁଧବାର ଦିନ କୋରାପୁଟରେ ଜଣେ ଫ୍ରାନ୍ସ ନାଗରିକଙ୍କୁ ୨୪ ଘଣ୍ଟିଆ କ୍ୱାରେଣ୍ଟାଇନରେ ରଖାଯାଇଛି । ଏହି ଫ୍ରାନ୍ସ ନାଗରିକ ଜଣକ ହିରାଖଣ୍ଡ ଏକ୍ସପ୍ରେସରୁ ଓହ୍ଲାଇବା ମାତ୍ରେ ତାଙ୍କୁ ସହିଦ ଲକ୍ଷ୍ମଣ ନାଏକ ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ପରୀକ୍ଷା ନିମନ୍ତେ ଭର୍ତ୍ତି କରାଯାଇଥିଲା । ତାଙ୍କଠାରେ କରୋନା ଭୂତାଣୁ ଜନିତ କୌଣସି ଲକ୍ଷଣ ଦେଖାଯାଇନଥିଲେ ମଧ୍ୟ ୨୪ ଘଣ୍ଟିଆ କ୍ୱାରେଣ୍ଟାଇନରେ ରଖିବାକୁ ଡାକ୍ତର ପରାମର୍ଶ ଦେଇଥିଲେ ।

ମିଳିଥିବା ସୂତ୍ରରୁ ଜଣାପଡ଼ିଛି ଯେ, ସେ ପ୍ରାୟ ୧୩ ଦିନ ପୂର୍ବରୁ ଭାରତକୁ ଆସିଥିଲେ । ଏବେ ସେ ହୋଟେଲ ରୁମରେ ୨୪ ଘଣ୍ଟା କ୍ୟାରେଣ୍ଟାଇନରେ ରହିବେ ବୋଲି ସ୍ପଷ୍ଟ ସୂଚନା ମିଳିଛି । ଯେହେତୁ ବିଦେଶରୁ ଆସିଛନ୍ତି ପ୍ରତିଷେଧାତ୍ମକ ଭାବେ ସେ ୨୪ ଘଣ୍ଟା କ୍ୱାରେଣ୍ଟାଇନରେ ରହିବା ଆବଶ୍ୟକ ବୋଲି ସହିଦ ଲକ୍ଷ୍ମଣ ନାଏକ ମେଡ଼ିକାଲ କଲେଜ ଓ ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟ ଏଚ କେ ଦଳାଇ କହିଛନ୍ତି ।

ଏହି ପର୍ଯ୍ୟଟକ ଜଣକଙ୍କୁ ଦିଲ୍ଲୀରେ ପୂର୍ବରୁ ପରୀକ୍ଷା ମଧ୍ୟ କରାଯାଇଥିଲା । ପରେ ସେ ଭୁବନେଶ୍ୱର ଏବଂ ପୁରୀ ମଧ୍ୟ ବୁଲିବାକୁ ଯାଇଥିଲେ । ସେ କୋରାପୁଟ ରେଲୱେ ଷ୍ଟେସନରେ ପହଞ୍ଚିବା ମାତ୍ରେ ଷ୍ଟେସନରେ ଆତଙ୍କ ଖେଳିଯାଇଥିଲା । ଲୋକମାନେ ଛାନିଆରେ ଭୟରେ ଧାଁ ଦୌଡ଼ କରି ଷ୍ଟେସନ ଛାଡ଼ି ଚାଲିଯାଉଥିବାର ଦୃଷ୍ଟିଗୋଚର ହୋଇଥିଲା ।

ଏଠାରେ ଉଲ୍ଲେଖଯୋଗ୍ୟ, ଫ୍ରାନ୍ସରେ ଏବେ ୯,୧୩୪ ଜଣ କରୋନା ଭୂତାଣୁ ଜନିତ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୨୪୬ରେ ପହଞ୍ଚିଛି ।

Leave A Reply

Your email address will not be published.