ନୂଆଦିଲ୍ଲୀ: ଭାରତରେ କରୋନା ଭୁତାଣୁ ନେଲା ଆଉ ଏକ ମୁଣ୍ଡ । କୋରନା ଭାଇରସ ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ହୋଇଛି । ପଂଜାବର ଜଣେ ୭୨ ବର୍ଷୀୟ ବୃଦ୍ଧ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି । ସେ କରୋନାରେ ସଂକ୍ରମିତ ଥିବା ଜଣପାଡିଛି ।
ସୂଚନା ମୁତାବକ, ଏହି ବ୍ୟକ୍ତି ଜଣକ ଗତ ୭ ତାରିଖରେ ଜର୍ମାନୀରୁ ଫେରିଥିଲେ । ଏହାପରେ ତାଙ୍କୁ ଆଇସୋଲେସନରେ ରଖାଯାଇଥିଲା । ତାଙ୍କର ସ୍ୱାବ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା । ପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ବୁଧବାର ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ପଂଜାବର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଆଜି ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି ।
ପୂର୍ବରୁ ଭାରତରେ ୩ ଜଣ ବ୍ୟକ୍ତି କରୋନା ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥିଲେ । ଦିଲ୍ଲୀ, ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ଏହି ମୃତ୍ୟୁ ହୋଇଥିଲା । ସେପଟେ ଭାରତରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬୭ରେ ପହଞ୍ଚିଛି ।
BREAKING NEWS
- ଫିଟନେସ ଟେଷ୍ଟରେ ପାସ କଲେ ରୋହିତ, ହାର୍ଦ୍ଦିକ
- ଭାରତର ପରମାଣୁ ନୀତିରେ ବଡ଼ ପରିବର୍ତ୍ତନ: ପ୍ରଥମଥର ପାଇଁ ମୁତୟନ କଲା ୧୨ଟି ପରମାଣୁ ଅସ୍ତ୍ର
- ଅଖିଳ ଭାରତୀୟ ସୈନିକ ସ୍କୁଲ ଆନ୍ତଃଗ୍ରୁପ୍ ହକି ପ୍ରତିଯୋଗିତା-୨୦୨୬ ଆରମ୍ଭ
- ୨୧ ବର୍ଷ ପରେ ଦିନିକିଆରେ ଅଷ୍ଟ୍ରେଲିଆକୁ ହରାଇଲା ବାଂଲାଦେଶ
- ଗୃହରକ୍ଷୀଙ୍କ ଦୈନିକ ଭତ୍ତା ୬୩୯ ଟଙ୍କାରୁ ୬୫୦ ଟଙ୍କାକୁ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ
- Rajya Sabha by-election:ଦେବାଶିଷ ସାମନ୍ତରାୟଙ୍କ ପ୍ରାର୍ଥୀପତ୍ର କାଏମ୍
- ‘ପ୍ରଧାନମନ୍ତ୍ରୀ ମୋଦିଙ୍କ ୧୨ ବର୍ଷ ଶାସନକାଳରେ ବିକାଶର ଶିଖର ଛୁଇଁଛି ଓଡ଼ିଶା’
- ଦିଲ୍ଲୀରେ ସୋନିଆଙ୍କୁ ଭେଟିଲେ ମମତା, ‘ଏହି କଷ୍ଟକର ସମୟରେ କଂଗ୍ରେସ ଆପଣଙ୍କ ସହ ରହିଛି’
- ଓଡିଆ ଚଳଚ୍ଚିତ୍ର ‘ମେହେର ମୁଣ୍ଡା’ କରମୁକ୍ତ
- ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଶ୍ରୀଲଙ୍କା ଏକୁ ହରାଇଲା ଭାରତ ଏ
Comments are closed.