Latest Odisha News

BREAKING NEWS

ପ୍ରାଣାୟାମ କରନ୍ତୁ, ରୋଗ ପ୍ରତିରୋଧକ ଶକ୍ତି ବଢାଇ ଭୂତାଣୁଠୁଁ ବଞ୍ଚନ୍ତୁ…

ଭୁବନେଶ୍ୱର: ସମଗ୍ର ବିଶ୍ୱରେ ଆତଙ୍କର କାରଣ ପାଲଟିଥିବା ମରଣାନ୍ତକ ନଭେଲ୍ କରୋନା ଭୂତାଣୁ ମହାମାରୀ ଦିନକୁ ଦିନ ଜଟିଳ ପରିସ୍ଥିତି ସୃଷ୍ଟି କରିବାରେ ଲାଗିଛି । ଭାରତରେ କେନ୍ଦ୍ର ସରକାରଙ୍କ ସମେତ ବିଭିନ୍ନ ରାଜ୍ୟରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗଗୁଡ଼ିକ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିଲେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ଯାହାକି ଏବେ ଏକ ଚିନ୍ତାର କାରଣ ପାଲଟିଛି । ଭାରତୀୟ ଚିକିତ୍ସାଶାସ୍ତ୍ର, ଆୟୁର୍ବେଦ ଏବଂ ଯୋଗଶାସ୍ତ୍ରରେ ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ଅନେକ ରୋଗ ପ୍ରତିରୋଧକ ଉପାୟ ରହିଛି । ପତଞ୍ଜଳି ଯୋଗ ଅନୁଯାୟୀ ପ୍ରାଣାୟାମ କରିବା ଦ୍ୱାରା ଆମେ ନିଜର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି ପରିପାରିବା ।

ମନୁଷ୍ୟ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଲେ ଭୂତାଣୁ ଜନିତ ସଂକ୍ରମଣର ଭୟ ଦୂର ହୋଇଥାଏ । ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଜାପାନ ଓସାକା ୟୁନିଭର୍ସିଟିର ନୈଦାନିକ ପୁନର୍ବାସ ବିଭାଗର ଜନୈକ ପ୍ରଫେସର କିଛି ମଧ୍ୟମ ଆୟୁଃ ବିଶିଷ୍ଟ ବ୍ୟକ୍ତିମାନଙ୍କ ଶ୍ୱାସ ପ୍ରଶ୍ୱାସର ପରୀକ୍ଷା ନିରୀକ୍ଷା କରିଥିଲେ । ପ୍ରଦୂଷଣ ଜନିତ ବେମାରୀଗୁଡ଼ିକର ପରୀକ୍ଷା କରୁଥିବା ବେଳେ ପ୍ରାଣାୟାମର ଉପକାରିତାକୁ ଲକ୍ଷ୍ୟ କରାଯାଇଥିଲା । ପ୍ରାୟ ୨୮ ଜଣ ବ୍ୟକ୍ତିଙ୍କୁ ୨ଟି ଗ୍ରୁପରେ ବିଭକ୍ତ କରାଗଲା । ସମସ୍ତ ରୋଗୀଙ୍କ ମଧ୍ୟରୁ ୧୪ ଜଣଙ୍କୁ ଦୈନିକ ପ୍ରାଣାୟାମ ଅଭ୍ୟାସ କରିବାକୁ ଶିକ୍ଷା ଦିଆଗଲା ଏବଂ ଅନ୍ୟ ୧୪ ଜଣଙ୍କୁ ବିନା ଯୋଗ ପ୍ରାଣାୟାମରେ ରଖାଗଲା । ଆଠ ସପ୍ତାହ ପରେ ଦେଖାଗଲା ଯେ, ପ୍ରାଣାୟାମ କରୁଥିବା ଗ୍ରୁପରେ ଯେଉଁ ବ୍ୟକ୍ତିମାନେ ରହିଥିଲେ ସେମାନଙ୍କର ଶ୍ୱାସଜନିତ ରୋଗ ୯୦ ପ୍ରତିଶତ ଭଲ ହୋଇଯାଇଥିବା ବେଳେ କିଛି ବ୍ୟକ୍ତି ସମ୍ପୂର୍ଣ୍ଣ ସୁସ୍ଥ ଅନୁଭବ କରିଥିଲେ । ଏହି ଗ୍ରୁପରେ ଥିବା ବ୍ୟକ୍ତିମାନେ ଅନୁଲୋମ ବିଲୋମ, କପାଳଭାତି ଏବଂ ଭତ୍ସିକା ପ୍ରାଣାୟାମ ଦୀର୍ଘ ୮ ସପ୍ତାହ ବ୍ୟାପୀ ଦୈନିକ କିଛି ଘଣଣ୍ଟା ଲାଗି ଅଭ୍ୟାସ କରିଥିଲେ ।

ଭାରତୀୟ ଯୋଗଗୁରୁ ତଥା ପତଞ୍ଜଳି ଯୋଗପୀଠର ସଂସ୍ଥାପକ ବାବା ରାମଦେବଙ୍କ କହିବାନୁଯାୟୀ, ଯେକୌଣସି ବ୍ୟକ୍ତି ଦୈନିକ ପ୍ରାଣାୟାମ କରିବା ଦ୍ୱାରା ନିଜର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପରିପାରିବେ । ତିନୋଟି ପ୍ରାଣାୟାମ ଯଥର କପାଳଭାତି, ଅନୁଲୋମ ବିଲୋମ ଏବଂ ଭତ୍ସିକା ପ୍ରାଣାୟାମ ୨୪ ଘଣ୍ଟା ମଧ୍ୟରୁ କିଛି ମିନିଟ୍ ଦୈନିକ ଅଭ୍ୟାସ କରିବା ଆବଶ୍ୟକ । ଏହି ଅଭ୍ୟାସ ଦ୍ୱାରା ମଧ୍ୟ ଶ୍ୱାସ ଜନିତ ରୋଗରୁ ୯୯ ପ୍ରତିଶତ ମୁକ୍ତି ମିଳିପାରିବ ବୋଲି ବାବା ରାମଦେବ କହିଛନ୍ତି ।

Leave A Reply

Your email address will not be published.