Latest Odisha News

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ଛୁଇଁଲା, ଜାଣନ୍ତୁ କେଉଁ ରାଜ୍ୟରେ କେତେ?

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ୨୦୬ ରେ ପହଞ୍ଚିଥିବା ନେଇ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ପକ୍ଷରୁ ଶୁକ୍ରବାର ଦିନ ପ୍ରକାଶ କରାଯାଇଛି ।

ଏହି ଭାଇରସରେ ସଂକ୍ରମିତଙ୍କ ସଂଖ୍ୟା ମହାରାଷ୍ଟ୍ରରେ ବର୍ତ୍ତମାନ ସୁଦ୍ଧା ୫୨ ଟି ମାମଲା ରହିଛି । ଯାହା ଅନ୍ୟ ରାଜ୍ୟ ମଧ୍ୟରେ ସର୍ବାଧିକ ରହିଛି ।

ପ୍ରାପ୍ତ ସୂଚନାନୁଯାୟୀ ନିକଟ ଅତୀତରେ ଜୟପୁରରେ ଜଣେ ଇଟାଲୀୟ ପର‌୍ୟ୍ୟଟକ କୋଭିଡ -୧୯ ଦ୍ୱାରା ଆକ୍ରାନ୍ତ ହୋଇ ଚିକିତ୍ସିତ ହେବାପରେ ସୁସ୍ଥ ହୋଇଥିଲେ । ତେବେ ଏହି ୭୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ରହିଥିଲା ବେଳେ ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।

କରୋନାଭାଇରସ ଦ୍ୱାରା କେଉଁ ରାଜ୍ୟରେ କେତେ ବ୍ୟକ୍ତି ଆକ୍ରାନ୍ତ ହୋଇଛନ୍ତି, ଜାଣନ୍ତୁ

ମହାରାଷ୍ଟ୍ର – ୫୨
କେରଳ – ୨୮
ଉତ୍ତରପ୍ରଦେଶ – ୨୩
ହରିୟାଣା – ୧୭
ଦିଲ୍ଲୀ – ୧୭
ତେଲେଙ୍ଗାନା – ୧୬
କର୍ଣ୍ଣାଟକ – ୧୫
ଲଦାଖ ଏବଂ ଜାମ୍ମୁ କାଶ୍ମୀର – ୧୦
ରାଜସ୍ଥାନ – ୯
ତାମିଲନାଡୁ – ୩
ପଞ୍ଜାବ – ୩
ଉତ୍ତରାଖଣ୍ଡ -୩
ଆନ୍ଧ୍ରପ୍ରଦେଶ – ୩
ଓଡ଼ିଶା – ୨
ଗୁଜୁରାଟ – ୨
ପଶ୍ଚିମବଙ୍ଗ – ୧
ଛତିଶଗଡ – ୧

Leave A Reply

Your email address will not be published.