Latest Odisha News

ଆଦାନୀ ଧାମରା ପୋର୍ଟରେ କରୋନା ମୁକାବିଲା ଲାଗି ବ୍ୟାପକ ପ୍ରସ୍ତୁତି

ଧାମରା: ବିଶ୍ୱବ୍ୟାପୀ କରୋନା ଭାଇରସ୍‌କୁ ନେଇ ବିଭିନ୍ନ ସଚେତନମୂଳକ କାର୍ଯ୍ୟକ୍ରମ ଚାଲୁଥିବା ବେଳେ ଆଦାନୀ ଧାମରା ପୋର୍ଟ ଏଥିରୁ ବାଦ୍ ପଡ଼ିନାହିଁ । ପୋର୍ଟ କର୍ତ୍ତୃପକ୍ଷ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ସମସ୍ତ ନିର୍ଦ୍ଦେଶାବଳୀକୁ ପାଳନ କରୁଛନ୍ତି । ଏହି ସଂକ୍ରାନ୍ତ ୨୮ ଜାନୁଆରୀ ୨୦୨୦ ରେ ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ମାଧ୍ୟମରେ କରୋନା ଭାଇରସ୍‌କୁ ମୁକାବିଲା କ୍ଷେତ୍ରରେ ପ୍ରସ୍ତୁତି ପାଇଁ ପୋର୍ଟକୁ ଏକ କେନ୍ଦ୍ର ଜାହାଜ ଚଳାଚଳ ବିଭାଗ (ଏମ୍‌ଓଏସ୍ )ର ନିର୍ଦ୍ଦେଶାବଳୀ ପ୍ରାପ୍ତ ହୋଇଛି ।

କରୋନା ଭାଇରସ୍‌ର ସଂକ୍ରମଣକୁ ରୋକିବା ପାଇଁ ପୋର୍ଟ ବହୁ ପଦକ୍ଷେପ ଗ୍ରହଣ କରୁଛି । କରୋନା ବିଜ୍ଞପ୍ତି ଉପରେ ସମସ୍ତ ପଞ୍ଜୀକୃତ ସିପିଂ ଏଜେଣ୍ଟଣ୍ଟମାନଙ୍କୁ ନୋଟିସ୍ ଜାରି କରାଯାଇଛି । ସମସ୍ତ ଜାହାଜର ନାବିକମାନଙ୍କୁ କରୋନାର ଲକ୍ଷଣ, ବିକାଶ ଉପରେ ନଜର ରଖିବା ଏବଂ ସାମୁଦ୍ରିକ ଘୋଷଣାନାମା ମାଧ୍ୟମରେ ପୋର୍ଟ କଣ୍ଟ୍ରୋଲ ରୁମ୍‌କୁ ଜଣାଇବାକୁ ପରାମର୍ଶ ଦିଆଯାଇଛି । ଜାହାଜ ସହିତ ଯୋଗାଯୋଗ କରୁଥିବା କ୍ୟାପଟେନମାନଙ୍କୁ ନିଜ ନିଜ ମଧ୍ୟରେ ସଂକ୍ରମଣ ଏଡାଇବା ପାଇଁ ପ୍ରତିଷେଧକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି ଏବଂ ଏନ୍‌-୯୫ ମାସ୍କ, ଡିସ୍‌ପୋଜେବଲ୍ ହ୍ୟାଣ୍ଡ ଗ୍ଲୋଭସ୍ ଏବଂ ସାନିଟାଇଜର ଆଦି ଯୋଗାଇ ଦିଆଯାଇଛି ।

School Children comming out from school during rain in Bhubaneswar on Monday.

ପୋର୍ଟର ସମସ୍ତ କର୍ମଚାରୀଙ୍କୁ ନିୟମିତ ଭାବରେ କରୋନା ଭାଇରସ୍ ବିଷୟରେ ସଚେତନ କରାଯାଉଛି । କରୋନା ଭାଇରସ୍ ମୁକାବିଲା ପାଇଁ ପ୍ରସ୍ତୁତି ସମୀକ୍ଷା ନେଇ ଦୁଇ ଦୁଇ ଥର ଜାହାଜ ଚଳାଚଳ ବିଭାଗ (ଏମ୍‌ଓଏସ୍‌) ସଚିବଙ୍କ ସହ ଉଚ୍ଚସ୍ତରୀୟ ବୈଠକରେ ପୋର୍ଟ ସିଇଓ ଯୋଗ ଦେଇଥିଲେ । ପୋର୍ଟ ତରଫରୁ ଥର୍ମାଲ ସ୍କାନିଂ କରାଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ (୧୬ ମାର୍ଚ୍ଚ ୨୦୨୦ ମଧ୍ୟରେ) ଡାକ୍ତରମାନେ ୪୧ଟି ଜାହାଜର ୮୭୧ ନାବିକମାନଙ୍କୁ ପରୀକ୍ଷା କରିଛନ୍ତି । ଏହାଛଡ଼ା ପୋର୍ଟ ପାଶ୍ୱର୍ବର୍ତ୍ତୀ ଗ୍ରାମଗୁଡ଼ିକରେ ସିଏସ୍‌ଆର୍ ବିଭାଗ ତରଫରୁ ସ୍ଥାନୀୟ ଗ୍ରାମବାସୀଙ୍କୁ ସଚେତନ କରାଯାଉଛି ।

କରୋନା ଭାଇରସ୍ ବିସ୍ତାରର ମୁକାବିଲା ପାଇଁ ଏପିଏସ୍‌ଇଜେଡ୍ ଆବଶ୍ୟକ ପଦକ୍ଷେପ ନେଇଛି । ଏଥିରେ ସମସ୍ତ କାର୍ଗୋ ଏବଂ ବ୍ୟକ୍ତି ବିଶେଷଙ୍କ ସ୍କାନିଂ, ପିପିଇର ବ୍ୟବହାର(ବ୍ୟକ୍ତିଗତ ପ୍ରତିରକ୍ଷା ଉପକରଣ), ତାପମାତ୍ରା ସ୍ଥିତି ବଜାୟ ରଖିବା, ମାନବିକ ସଂସ୍ପର୍ଶକୁ ଯଥା ସମ୍ଭବ ସୀମିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । କରୋନା ଭାଇରସରେ କ’ଣ କରାଯିବ ଏବଂ କ’ଣ ନ କରାଯିବ ସେ ସମ୍ପର୍କିିତ ସମସ୍ତ ତଥ୍ୟ ବନ୍ଦର ଅଞ୍ଚଳରେ ଓଡ଼ିଆ ଏବଂ ହିନ୍ଦୀରେ ପ୍ରଦର୍ଶିତ କରାଯାଉଛି । ପୋର୍ଟ କର୍ତ୍ତୃପକ୍ଷ କରୋନା ଭାଇରସ୍ ମୁକାବିଲା ପାଇଁ ପୂର୍ଣ୍ଣ ପ୍ରସ୍ତୁତ ଥିବା କୁହାଯାଇଛି । କରୋନା ଭାଇରସକୁ ନେଇ ବହୁ ବିଭ୍ରାନ୍ତିକର ତଥ୍ୟ ସୋସିଆଲ ମିଡିଆ ପ୍ରସାରିତ ହେଉଛି । ଏହିପରି ଗୁଜବ ଏବଂ ଭ୍ରମାତ୍ମକ ପୋଷ୍ଟିଂରୁ ଦୂରେଇ ରହିବା ପାଇଁ ପୋର୍ଟ କର୍ତ୍ତୃପକ୍ଷ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.