Latest Odisha News

BREAKING NEWS

କରୋନା: ସାମ୍ପ୍ରଦାୟିକ ସଂକ୍ରମଣ କ’ଣ ? ଭାରତ ମହାମାରୀର କେଉଁ ଚରଣରେ ଅଛି ?

ନୂଆଦିଲ୍ଲୀ: ସାରା ବିଶ୍ୱରେ ଘାତକ ପାଲଟିଥିବା କରୋନାଭାଇରସ ମହାମାରୀ ଦିନକୁ ଦିନ ଜଟିଳ ପରିସ୍ଥିତି ସୃଷ୍ଟି କରୁଛି । ବିଶ୍ୱବ୍ୟାପୀ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୩ହଜାର ଟପିଲାଣି ।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(WHO) ଅନୁସାରେ, ସାମ୍ପ୍ରଦାୟିକ ସଂକ୍ରମଣ(କମ୍ୟୁନିଟି ଟ୍ରାନ୍ସମିସନ) ହେଉଛି ଯାହାର ଉତ୍ପତ୍ତିସ୍ଥଳକୁ ଚିହ୍ନଟ କରାଯାଇପାରେ ନାହିଁ । ଏହା ହେଉଛି ମହାମାରୀର ତୃତୀୟ ଚରଣ । ଯେଉଁ ଭାଇରସ ସମ୍ପ୍ରଦାୟରେ ସଂକ୍ରମଣ ହୁଏ ଏବଂ ଯେକୌଣସି ବ୍ୟକ୍ତିଙ୍କୁ ସଂକ୍ରମିତ ହୋଇପାରିବ । ତାହାକୁ ସାମ୍ପ୍ରଦାୟିକ ସଂକ୍ରମଣ କୁହାଯାଏ ।

ଭାରତ କରୋନାଭାଇରସ ମହାମାରୀର ଦ୍ୱିତୀୟ ପର୍ଯ୍ୟାୟରେ ଅଛି । ଏହି ପର୍ଯ୍ୟାୟରେ ଭାଇରସ ସ୍ଥାନୀୟ ଅଞ୍ଚଳରେ ସଂକ୍ରମିତ ହୋଇଥାଏ ଅର୍ଥାତ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସଂକ୍ରମିତ ହୁଏ ।

ଏହି ଭାଇରସ ବିଭିନ୍ନ ଉପାୟରେ ଜଣେ ବ୍ୟକ୍ତି ଠାରୁ ଅନ୍ୟ ଜଣେ ବ୍ୟକ୍ତିକୁ ବ୍ୟାପେ । ସଂକ୍ରମିତ ବ୍ୟକ୍ତିଙ୍କୁ ଛୁଇଁବା ଦ୍ୱାରା, ସଂକ୍ରମିତ ବ୍ୟକ୍ତିଙ୍କ ଠାରୁ କାଶ, ଛିଙ୍କ ମାଧ୍ୟମରେ ବ୍ୟାପି ପାରେ । ଭାଇରସ ବ୍ୟାପିବାର ଆଉ ଏକ ମୁଖ୍ୟ କାରଣ ହେଉଛି ଭାଇରସ ସଂକ୍ରମିତ ଭୂମିର ସମ୍ପର୍କରେ ଆସିଲେ କିମ୍ବା ସଂକ୍ରମିତ ଭୂମିକୁ ମୁହଁ, ନାକ, ଆଖି ସ୍ପର୍ଶ କଲେ ।

Leave A Reply

Your email address will not be published.