ବେଜିଂ: ଚୀନରୁ ସୃଷ୍ଟି ହୋଇଥିବା କରୋନା ଭାଇରସ ଏବେ ସାରା ବିଶ୍ୱରେ କୋକୁଆ ଭୟ ସୃଷ୍ଟି କରିଛି । ଏହାର ଆତଙ୍କ ଥମିବାରେ ନାଁ ନେଉନାହିଁ। କରୋନା ପ୍ରତିରୋଧକ ଲାଗି ବୈଜ୍ଞାନିକମାନେ ଦିନ ରାତି ଏକ କରିଦେଲେଣି କିନ୍ତୁ ଏଯାଏଁ ତାର କୌଣସି ପ୍ରତିଷେଧକ ଟୀକା ବାହାରି ନାହିଁ । ଏହାରି ଭିତରେ ଚୀନରେ ଗୋଟିଏ ବିପଦ ନ ଯାଉଣୁ ଆଉ ଗୋଟିଏ ବିପଦ ଆସିଛି । ସେଠାରେ ଆଉ ଏକ ଭାଇରସ ମୁଣ୍ଡ ଟେକିଛି । 
ଚୀନର ୟୁନାନ ପ୍ରାନ୍ତରେ ନୂଆ ଭାଇରସ ‘ହନ୍ତା’ରେ ସଂକ୍ରମିତ ହୋଇ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ପୀଡିତ ବ୍ୟକ୍ତି ଜଣକ ଟେଷ୍ଟ ପରେ ତାଙ୍କ ରିପୋର୍ଟ ହନ୍ତା ଭାଇରସ ପଜିଟିଭି ଆସିଛି । ଏନେଇ ଗ୍ଲୋବାଲ ଟାଇମ୍ସ ରିପୋର୍ଟରେ ପ୍ରକାଶିତ ତଥ୍ୟରୁ ଜଣାପଡିଛି ।
ସୂଚନା ଅନୁସାରେ, ହନ୍ତା ଭାଇରସରେ ମୃତୁ୍ୟ ବରଣ କରିଥିବା ବ୍ୟକ୍ତି ଜଣକ ବସରେ ଶୋଡଙ୍ଗ ଫେରୁଥିଲେ । ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ରକ୍ତ ନମୂନା ଓ ସ୍ୱାବ ପରୀକ୍ଷା ହୋଇଥିଲା । ଟେଷ୍ଟ ପରେ ହନ୍ତା ଭାଇରସ ପଜିଟିଭ ଆସିଥିଲା । ଏହାପରେ ତାଙ୍କ ସହ ବସରେ ଯାତ୍ରା କରୁଥିବା ୩୨ ଜଣଙ୍କ ପରୀକ୍ଷା କରାଯାଇଥିଲା । ତାଙ୍କ ରିପୋର୍ଟ ନେଗେଟିଭ ଆସିଛି ।
BREAKING NEWS
- ନେପାଳ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟର ଜବାବ ଦେଲା ଭାରତ, ତୃତୀୟ ଦେଶର ଭୂମିକାକୁ କଲା ଅସ୍ୱୀକାର
- ବୈଭବଙ୍କ ଉପରେ ଷ୍ଟଡି କରିବ ଆଇଆଇଏମ ଇନ୍ଦୋର
- Tigress Jinnat:ବନ୍ୟଜୀବ ପ୍ରେମୀଙ୍କ ପାଇଁ ଖୁସି ଖବର;ମା’ ହେଲା ବାଘୁଣୀ ‘ଜିନ୍ନତ’
- ଓଡ଼ିଶାକୁ ‘PM Surya Ghar Excellence Awards’; ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ
- ଜୁନ ୪ରେ କେରଳ ଛୁଇଁପାରେ ଦକ୍ଷିଣ-ପଶ୍ଚିମ ମୌସୁମୀ…
- ଆସନ୍ତା ୧୯ରେ ରାଷ୍ଟ୍ରପତି, ୨୦ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ
- Putin’s anti-ageing push: ମଣିଷକୁ ଅମର କରିଦେବେ ପୁଟିନ୍?
- ଭାରତ-ନେପାଳ ସୀମା ବିବାଦର ଅସଲ କାହାଣୀ
- Bus fares hiked:ପୁଣି ବସ୍ ଭଡ଼ା ବଢ଼ାଇଲେ ରାଜ୍ୟ ସରକାର;ଜାଣନ୍ତୁ କେତେ ବୃଦ୍ଧି ପାଇଲା..
- Modi to Surpass Nehru: ୧୦ ଜୁନରେ ଏହି ରେକର୍ଡ ଭାଙ୍ଗିବେ ପ୍ରଧାନମନ୍ତ୍ରୀ ମୋଦି…ସୋସିଆଲ ମିଡିଆରେ ନୁହେଁ, ଘରେ ଘରେ ପହଞ୍ଚିବେ ମୋଦିଙ୍କ ମନ୍ତ୍ରୀନେତା
Comments are closed.