ଭୁବନେଶ୍ୱର: ବିହାର ରାଜ୍ୟର ବେଗୁସରାଇରେ ଫସି ରହିଛନ୍ତି ୧୦ ଜଣ ଓଡ଼ିଆ ଶ୍ରମିକ । ତେବେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଏକ ଭିଡ଼ିଓ ଜରିଆରେ ସେମାନେ ଓଡ଼ିଶା ସରକାରଙ୍କୁ ନିବେଦନ କରିଛନ୍ତି।
ଫସିଥିବା ଏହି ୧୦ ଜଣ ଶ୍ରମିକ ହେଉଛନ୍ତି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ମଙ୍ଗରାଜପୁର ଓ ଢେଙ୍କାନାଳ ଜିଲ୍ଲା ଖଣ୍ଡବନ୍ଧ ଅଂଚଳର। ଗତ ୪ ମାସ ହେବ ଏମାନେ ବିହାର ର ବେଗୁସରାଇ ଜିଲ୍ଲା ହରିଛକ ଅଂଚଳରେ କାଠ କାମ କରିବାକୁ ଯାଇଥିଲେ। ଲକ ଡାଉନ ଯୋଗୁ ଏମାନେ ଏବେ ଗୋଟିଏ ଘରେ ରହି ବହୁ କଷ୍ଟରେ ଜୀବନ ବିତାଉଛନ୍ତି।
ଦୋକାନ ବଜାର ବନ୍ଦ ରହିବା ସହ ପାଖରେ ଟଙ୍କା ପଇସା ନଥିବାରୁ ଖାଇବା ମୁଠେ ଯୋଗାଡ଼ କରିବା କଷ୍ଟକର ହୋଇପଡ଼ିଛି ବୋଲି ସେମାନେ କହିଛନ୍ତି। ତେଣୁ ତୁରନ୍ତ ସେମାନଙ୍କୁ ଉଦ୍ଧାର କରିବାକୁ ସେମାନେ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି।
Comments are closed.