Latest Odisha News

BREAKING NEWS

ବିଏସଏନଏଲ ଆଣିଲା ‘ୱାର୍କ ଫ୍ରମ ହୋମ’ ଫ୍ରି ପ୍ଲାନ, ଜାଣନ୍ତୁ

ଭୁବନେଶ୍ୱର: କରୋନାଭାଇରସ୍ ଭୟରେ ବିଭିନ୍ନ କମ୍ପାନୀ ପକ୍ଷରୁ ଘରେ ରହି କାମ କରିବା ଉପରେ ଗୁରୁତ୍ୱାରୋପ କରାଯାଉଥିବା ବେଳେ ଏବେ ବିଏସଏନଏଲ ଆଣିଛି ‘ୱାର୍କ ଫ୍ରମ ହୋମ’ ବ୍ରୋଡବ୍ୟାଣ୍ଡ ପ୍ଲାନ ବ୍ୟବସ୍ଥା ।

ପ୍ରାପ୍ତ ସୂଚନାନୁଯାୟୀ ଏହି ପ୍ଲାନ୍ ବର୍ତ୍ତମାନ ଲ୍ୟାଣ୍ଡଲାଇନ ଉପଭୋକ୍ତାଙ୍କ ଲାଗି ସମ୍ପୂର୍ଣ୍ଣ ନିଶୁଲ୍କ ।
କରୋନାଭାଇରସ ମୁକାବିଲା ଲାଗି ଦେଶବ୍ୟାପୀ ଲକଡାଉନ ଘୋଷଣା କରାଯାଇଥିବା ବେଳେ ଏବେ ଅନେକ କର୍ମଚାରୀ ‘ୱାର୍କ ଫ୍ରମ ହୋମ’ ଭାବେ କାର୍ଯ୍ୟ କରୁଛନ୍ତି । ଯାହାକୁ ଦୃଷ୍ଟିରେ ରଖି ଇଣ୍ଟରନେଟ୍ ସ୍ପିଡ୍ ବଢାଇବା ସହ ୟୁଜର୍ସମାନଙ୍କୁ ଆକର୍ଷିତ କରିବା ଲାଗି ବିଏସଏନଏଲ୍ ପକ୍ଷରୁ ଏଭଳି ପ୍ଲାନ ଲଞ୍ଚ କରାଯାଇଛି ।

ପ୍ଲାନ ଅନୁଯାୟୀ, ପ୍ରତିଦିନ ୫ଜିବି ଡାଟା ଉପଭୋକ୍ତାଙ୍କୁ ପ୍ରଦାନ କରାଯିବ । ଯାହା ଶେଷ ହେବା ପରେ ଏହାର ସ୍ପିଡ ୧ଏମବିପିଏସକୁ କମିଯାଏ। ଏଥିପାଇଁ ଗ୍ରାହକଙ୍କୁ କୌଣସି ଟଙ୍କା ଦେବାକୁ ପଡିବ ନାହିଁ।

Leave A Reply

Your email address will not be published.