Latest Odisha News

ଚୋରଙ୍କୁ ନାହିଁ କରୋନାକୁ ଡର, କୋଟିଏ ଟଙ୍କାର ଜେମ୍ସ ବଣ୍ଡ ବନ୍ଧୁକ ଚୋରି !

ଲଣ୍ଡନ: କରୋନାକୁ ଖାତିର କଲେନି ଚୋର । ଲୁଟିନେଲେ ଜେମ୍ସ ବଣ୍ଡ ଫିଲ୍ମ ଫ୍ରାଂଚାଇଜିର ୫ଟି ମୂଲ୍ୟବାନ ବନ୍ଧୁକ । ଚଳିତ ବର୍ଷ ଜେମ୍ସ ବଣ୍ଡ ଫିଲ୍ମ ଫ୍ରାଂଚାଇଜି ପାଇଁ ଏତେଟା ଶୁଭଙ୍କର ନୁହଁ ।

ପ୍ରଥମେ ଡାନିଏଲ୍ କ୍ରେଗ୍‌ଙ୍କ ଫାଇନାଲ ବଣ୍ଡ ସିରିଜ ମୁଭି “ନୋ ଟାଇମ୍ ଟୁ ଡାଇ” ର ରିଲିଜ ଡେଟ୍ କରୋନା ପାଇଁ ନଭେମ୍ବରକୁ ଘୁଂଚିଥିଲା । ଆଉ ଏବେ ଫିଲ୍ମ ସିରିଜରେ ବ୍ୟବହୃତ ହୋଇଥିବା ୫ଟି ଦୁର୍ଲଭ ବନ୍ଧୁକର ଚୋରୀ ।

ସୋମବାର ଲଣ୍ଡନର ଜଣେ ପ୍ରାଇଭେଟ କଲେକ୍ଟର ଜନ୍ ରିନଲ୍ଡସ୍‌ଙ୍କୁ ଘରୁ ୫ଟି ବହୁ ମୂଲ୍ୟବାନ ବନ୍ଧୁକ ଚୋରି ହୋଇଛି । ବହୁ ଛାନ୍‌ଭିନ୍ ପରେ ବି କିଛି ଖବର ନ ମିଳିବା ପରେ ଶେଷରେ ମେଟ୍ରୋପଲିଟାନ୍ ପୋଲିସ ଟୁଇଟ୍ ଜରିଆରେ ଜନତାଙ୍କଠାରୁ ସହାୟତା ମାଗିଛି ।

ଚୋରି ହୋଇଥିବା ବନ୍ଧୁକ ତାଲିକାରେ ଦୁଇଟି ବେରେଟ୍ ପିସ୍ତଲ, ଗୋଟିଏ ଲାମା ରିଭଲଭର୍‌, ଗୋଟିଏ ସ୍ମିଥ୍ ଆଣ୍ଡ ୱେସନ୍ ପିସ୍ତଲ ଓ ଗୋଟିଏ ଫ୍ୱାଲ୍ଟର ପିପିକେ ରିଭଲ୍‌ଭର୍ ସାମିଲ ଅଛି । ତେବେ ପୂର୍ବରୁ ଏହି ସମସ୍ତ ବନ୍ଧୁକକୁ ନିଷ୍କ୍ରିୟ କରାଯାଇଥିବା ମାଲିକ ରିନଲ୍ଡସ୍ କହିଛନ୍ତି ।

ବିବିସି ଲଣ୍ଡନର ରିପୋର୍ଟ ଅନୁଯାୟୀ ଅନେକ ଫିଲ୍ମରେ ଏହି ସମସ୍ତ ବନ୍ଧୁକ ବ୍ୟବହାର ହୋଇଥିଲାବେଳେ ଏହାର ଆନୁମାନିକ ମୂଲ୍ୟ କୋଟିଏରୁ ଅଧିକ ରହିଛି ।

Leave A Reply

Your email address will not be published.