ନୋଏଡା: କରୋନାଭାଇରସ ସଂକ୍ରମଣକୁ ରୋକିବା ପାଇଁ ସରକାର ଏବେ କଡା ପଦକ୍ଷେପ ନେଉଛନ୍ତି । ନୋଏଡା ସ୍ଥିତ ସିଜଫାୟାର କମ୍ପାନୀକୁ ନୋଏଡା ଜିଲ୍ଲା ପ୍ରଶାସନ ସିଲ କରିଦେଇଛନ୍ତି । ଏହି କମ୍ପାନୀ ସେକ୍ଟର ୧୩୫ରେ ଅଛି । ସିଜଫାୟାର କମ୍ପାନୀ ସହିତ ଜଡିତ ୧୬ ଜଣ କରୋନାଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି ।
Noida district admn has sealed Ceasefire Company, in Sector 135, after 16 people associated with it were found #Coronavirus positive. Dept of Health has registered an FIR against against the admn of the company. The admn had called an auditor from abroad, in March, for auditing.
— ANI UP (@ANINewsUP) March 31, 2020
ସ୍ୱାସ୍ଥ୍ୟ ବିଭାଗ ସିଜଫାୟାର କମ୍ପାନୀ ବିରୁଦ୍ଧରେ ମାମଲା ରୁଜୁ କରିଛି । ମାର୍ଚ୍ଚ ମାସରେ ଏହି କମ୍ପାନୀ ବିଦେଶରୁ ଏକ ଅଡିଟର ଡାକିଥିଲା ।
ଉତ୍ତର ପ୍ରଦେଶରେ ଏପର୍ଯ୍ୟନ୍ତ ୯୬ଟି କରୋନା ମାମଲା ସାମନାକୁ ଆସିଲାଣି । ରାଜ୍ୟର ସବୁଠାରୁ ଅଧିକ ୩୮ଟି ମାମଲା ନୋଏଡାରୁ ରିପୋର୍ଟ ହୋଇଛି ।
Comments are closed.