Latest Odisha News

BREAKING NEWS

ରିଲିଜ୍ ହେଲା ଓଡିଆ ରାପର୍ ସମୀର ରିଶୁ ମହାନ୍ତିଙ୍କ ନୂଆ ଭିଡିଓ

ଭୁବନେଶ୍ୱର: ଉତ୍କଳ ଦିବସ ଅବସରରେ ଦର୍ଶକଙ୍କ ସାମ୍ନାକୁ ଆସିଲା ମନୋରଂଜର ନୂଆ ଖୋରାକ୍ । ରିଲିଜ୍ ହେଲା ଓଡିଆ ରାପର୍ ସମୀରଙ୍କ ନୂଆ ଭିଡିଓ ଆଲବମ୍ ।

ଓଡିଆ ମୋ ଭାଷା ଲିରିକ୍ସ ଲାଇନ୍ ରେ ଏହି ଗୀତଟି ସୋସିଆଲ୍ ମିଡିଆରେ ଧୁମ୍ ମଚାଇଛି । ସବୁଥର ଭଳି ଏହି ଗୀତରେ ବି ଖାଣ୍ଟି ଓଡିଆର ଛୁଙ୍କ ଦେଇଛନ୍ତି ସମୀର ।

ଏହି ଗୀତଟିର ଲିରିକ୍ସ ଓ କମ୍ପୋଜିଂ ଭାର ସମ୍ଭାଳିବା ସହ ଏଥିରେ ସମୀର ନିଜେ ଅଭିନୟ ବି କରିଛନ୍ତି । ଲକ୍‌-ଡାଉନ ଅବସରରେ ରିଲିଜ୍ ହୋଇଥିବା ଭିଡିଓଟିର ସୁଟିଂ ପୁରୀ, କୋଣାର୍କ, ଭୁବନେଶ୍ୱର ଓ କଟକରେ ହୋଇଛି ।

ରିଲିଜ ହେବା ପରେ ୟୁଟ୍ୟୁବରେ ଏହି ଭିଡିଓଟିର ଭିୟର୍ସିପ ୭ହଜାରରୁ ଅଧିକ ଥିବାବେଳେ ଆଶା କରାଯାଉଛି ଲକ୍‌-ଡାଉନ ଭଳି ସ୍ଥିତିରେ ଗୀତଟିକୁ ଭଲ ରେସ୍ପୋନ୍ସ ମିଳିବ । (Courtesy Youtube)

Leave A Reply

Your email address will not be published.