Latest Odisha News

କନିକାଙ୍କ ପିଛା ଛାଡୁନି କରୋନା; ୫ମ ରିପୋର୍ଟ ବି ପଜିଟିଭ

ଲକ୍ଷ୍ନୌ: ଅଡୁଆରେ ବଲିଉଡ କଣ୍ଠଶିଳ୍ପୀ କନିକା କପୁର । କରୋନାଭାଇରସ ତାଙ୍କ ପିଛା ଛାଡୁନି । ପ୍ରଥମ କି ଦ୍ୱିତୀୟ ନୁହେଁ କନିକାଙ୍କ ପଞ୍ଚମ ରିପୋର୍ଟ ମଧ୍ୟ ପଜିଟିଭ ଆସିଛି । କରୋନା ରୋଗୀଙ୍କ ଠାରୁ ପ୍ରତି ୪୮ ଘଣ୍ଟାରେ ପରୀକ୍ଷା ପାଇଁ ନମୂନା ସଂଗ୍ରହ କରାଯାଏ ।

କନିକା କପୁରଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ଏବଂ ଚିନ୍ତାର କୌଣସି କାରଣ ନାହିଁ ବୋଲି ସଞ୍ଜୟ ଗାନ୍ଧୀ ମେଡିକାଲର ନିର୍ଦ୍ଦେଶକ ପ୍ରଫେସର ଆର.କେ ଧିମନ କହିଛନ୍ତି ।

କନିକା କପୁର ଏବେ ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସରେ ଭର୍ତ୍ତି ଅଛନ୍ତି । ମାର୍ଚ୍ଚ ୨୦ ତାରିଖରେ ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେ ମାର୍ଚ୍ଚ ୯ ତାରିଖରେ ଲଣ୍ଡନରୁ ଫେରିଥିଲେ ।

Leave A Reply

Your email address will not be published.