ମସ୍କୋ: ଭୋଡକା ଦୂରେଇବ କରୋନା ସଂକ୍ରମଣ । ଭୋଡକା ପିଇଲେ ହେବନି କରୋନା । ଏଭଳି ମନ୍ତବ୍ୟ ଦେଇଛନ୍ତି ବେଲାରୁସ ରାଷ୍ଟ୍ରପତି ଆଲେକଜାଣ୍ଡର ଲୁକାସେନକୋ । ରୁଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୋମବାରଠୁ ରାଜଧାନୀ ମସ୍କୋରେ ଲକଡାଉନ୍ ପାଳନ କରିଛନ୍ତି । ହେଲ ବେଲା ରୁସ୍ରେ କିନ୍ତୁ କରୋନା ସଂକ୍ରମଣକୁ ଖୁବ ହାଲୁକା ଭାବେ ନେଇଛି । ବେଲାରୁସ ରାଷ୍ଟ୍ରପତି କହିଛନ୍ତି ଭୋଡକା ପିଇଲେ, ଷ୍ଟିମ ବାଥ ନେଲ ଓ ହକି ଖେଳିଲେ କରୋନା ହେବ ନାହିଁ ।
ସିଏନ୍ଏନ୍ ରିପୋର୍ଟ ମୁତାବକ, ବେଲାରୁସ ରାଷ୍ଟ୍ରପତି ଏକ ଜନସଭାକୁ ସମ୍ବୋଧିତ କରି ଏଭଳି ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି, କରୋନାକୁ ନେଇ ଭୟଭୀତ ହେବାର କୌଣସି କଥା ନାହିଁ । ଭୋଡକା ପିଅନ୍ତୁ ଓ ପାରମ୍ପାରିକ ଷ୍ଟିମ ବାଥ ନିଅନ୍ତୁ । ଏଭଳି କଲେ କରୋନା ପାଖ ତଡ ମାଡିବନି ବୋଲି ବେଲାରୁସ ରାଷ୍ଟ୍ରପତି ଆଲେକଜାଣ୍ଡର ଲୁକାସେନକୋ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ବେଲାରୁସରେ ଏଯାଏଁ ପ୍ରାୟ ୧୫୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଏତେ ଲୋକ ସଂକ୍ରମିତ ଚିହ୍ନଟ ହୋଇଥିବା ସତ୍ତ୍ୱେ ସେଠାରେ କୌଣସି ସତର୍କତା ମୂଳକ ପଦକ୍ଷେପ ନିଆଯାଇ ନାହିଁ । ଲକଡାଉନ ମଧ୍ୟ ଘୋଷଣା କରାଯାଇ ନାହିଁ, ଯାହା ଅନ୍ୟଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।
BREAKING NEWS
- ପାର୍ବଣ ଋତୁ ପୂର୍ବରୁ ସୁରକ୍ଷା ପ୍ରସ୍ତୁତି ପାଇଁ ଡିଜିପିଙ୍କ ନିର୍ଦ୍ଦେଶ;ଗୁଇନ୍ଦା ସୂଚନା ସଂଗ୍ରହ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଉପରେ ଗୁରୁତ୍ୱାରୋପ
- “ମାଳିପୁଟ ମେଲୋଡିଜ୍” ଏହି ଦିନ ହେବ ରିଲିଜ;କୋରାପୁଟରେ ଜୀବନ ଓ ସଂଘର୍ଷର କାହାଣୀ କହିବ …
- ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ
- ୨୪ ଘଣ୍ଟା ଭିତରେ ଓଡ଼ିଶାରେ ଦୁଇଟି ବ୍ୟାଙ୍କ ଲୁଟ୍: ବନ୍ଧୁକ ମୁନରେ ସୁନ୍ଦରଗଡ଼ ଓ ବାଲେଶ୍ୱରରୁ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
- କଣ୍ଟେନରରୁ ମିଳିଲା ୧ କୋଟି ଟଙ୍କାର ଗଞ୍ଜେଇ;୨ ଗିରଫ
- ରାଜପାଲ୍ ଯାଦବଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଆଶ୍ୱସ୍ତି: ଜେଲ୍ ଯିବାରୁ ବର୍ତ୍ତିଲେ, କିନ୍ତୁ ରଖିଲେ ଏହି କଡ଼ା ସର୍ତ୍ତ
- ମେଦବହୁଳତା କମାଇବା ସହ ଦିନସାରା ଶରୀରକୁ ଫୁର୍ତ୍ତି ରଖିବ ‘ବୁଲେଟପ୍ରୁଫ୍ କଫି’, ଏହି ସହଜ ଉପାୟରେ ଘରେ ବନାନ୍ତୁ
- ସମୁଦ୍ରରେ ବୁଡ଼ିଲା ମାଲବାହୀ ଜାହାଜ, କୋର୍ଟରେ ପହଞ୍ଚିଲା ମାମଲା: ନ୍ୟାୟ ମାଗିଲା କ୍ଷତିଗ୍ରସ୍ତ ସଂସ୍ଥା
- ଦୁର୍ନୀତିଗ୍ରସ୍ତ ବାବୁଙ୍କୁ ଧରିଲା ଭିଜିଲାନ୍ସ: ୧.୧୫ କୋଟି ଆତ୍ମସାତ୍ ମାମଲାରେ ଜୁନିୟର ଆସିଷ୍ଟାଣ୍ଟ ଗିରଫ
- ଆଲୋଚନା ମାଧ୍ୟମରେ ଭାରତ – ବାଂଲାଦେଶ ବିବାଦର ସମାଧାନ କର : ବାଂଲା ରାଷ୍ଟ୍ରପତି

Comments are closed.