ମସ୍କୋ: ଭୋଡକା ଦୂରେଇବ କରୋନା ସଂକ୍ରମଣ । ଭୋଡକା ପିଇଲେ ହେବନି କରୋନା । ଏଭଳି ମନ୍ତବ୍ୟ ଦେଇଛନ୍ତି ବେଲାରୁସ ରାଷ୍ଟ୍ରପତି ଆଲେକଜାଣ୍ଡର ଲୁକାସେନକୋ । ରୁଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୋମବାରଠୁ ରାଜଧାନୀ ମସ୍କୋରେ ଲକଡାଉନ୍ ପାଳନ କରିଛନ୍ତି । ହେଲ ବେଲା ରୁସ୍ରେ କିନ୍ତୁ କରୋନା ସଂକ୍ରମଣକୁ ଖୁବ ହାଲୁକା ଭାବେ ନେଇଛି । ବେଲାରୁସ ରାଷ୍ଟ୍ରପତି କହିଛନ୍ତି ଭୋଡକା ପିଇଲେ, ଷ୍ଟିମ ବାଥ ନେଲ ଓ ହକି ଖେଳିଲେ କରୋନା ହେବ ନାହିଁ ।
ସିଏନ୍ଏନ୍ ରିପୋର୍ଟ ମୁତାବକ, ବେଲାରୁସ ରାଷ୍ଟ୍ରପତି ଏକ ଜନସଭାକୁ ସମ୍ବୋଧିତ କରି ଏଭଳି ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି, କରୋନାକୁ ନେଇ ଭୟଭୀତ ହେବାର କୌଣସି କଥା ନାହିଁ । ଭୋଡକା ପିଅନ୍ତୁ ଓ ପାରମ୍ପାରିକ ଷ୍ଟିମ ବାଥ ନିଅନ୍ତୁ । ଏଭଳି କଲେ କରୋନା ପାଖ ତଡ ମାଡିବନି ବୋଲି ବେଲାରୁସ ରାଷ୍ଟ୍ରପତି ଆଲେକଜାଣ୍ଡର ଲୁକାସେନକୋ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ବେଲାରୁସରେ ଏଯାଏଁ ପ୍ରାୟ ୧୫୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଏତେ ଲୋକ ସଂକ୍ରମିତ ଚିହ୍ନଟ ହୋଇଥିବା ସତ୍ତ୍ୱେ ସେଠାରେ କୌଣସି ସତର୍କତା ମୂଳକ ପଦକ୍ଷେପ ନିଆଯାଇ ନାହିଁ । ଲକଡାଉନ ମଧ୍ୟ ଘୋଷଣା କରାଯାଇ ନାହିଁ, ଯାହା ଅନ୍ୟଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।
BREAKING NEWS
- ଆଜିଠୁ ରାଜ୍ୟରେ ହାତୀ ଗଣନା ଆରମ୍ଭ, ଗଛରେ ୧୧୩୬ଟି ମଞ୍ଚା ପ୍ରସ୍ତୁତ
- ଦୁନିଆର ସବୁଠୁ ଦାମୀ ଚା’, ଭାରତରେ ମଧ୍ୟ ଉତ୍ପନ୍ନ ହୁଏ ଏହି ଚା’
- ଆଖିବୁଜା ଗୁଳିମାଡ, ୪୦ ମୃତ
- ଆଜି ଉତ୍ତରରେ ନବୀନଙ୍କ ରୋଡ୍ ସୋ: ଖୋର୍ଦ୍ଧା, ନୟାଗଡ଼ ଓ ପୁରୀରେ ଜନସଭାକୁ କରିବେ ସମ୍ବୋଧନ
- ଆଜି ଓଡ଼ିଶା ଆସୁଛନ୍ତି ଅରୁଣ ଗୋଭିଲ, ହିମନ୍ତ ବିଶ୍ୱଶର୍ମା: ୨୩ ରେ ଆସିବେ ଯୋଗୀ
- ଆଇଇଏସ, ଆଇଏସଏସ ଏବଂ ସିଏମଏସ ପରିକ୍ଷା ପାଇଁ କାର୍ଯ୍ୟସୂଚୀ ଜାରି କଲା ୟୁପିଏସସି
- ସନଟ୍ୟାନରୁ ମୁକ୍ତି ଏବଂ ଗ୍ଲୋଇଙ୍ଗ ତ୍ଵଚା ପାଇଁ ଲଗାନ୍ତୁ ଚନ୍ଦନ…
- ଆଇପିଏଲ: ଆୟାରଙ୍କ କମାଲ, ଫାଇନାଲରେ କେକେଆର
- କଣ୍ଟାମାଳ ବିଧାନସଭା ଆସନର ୨ଟି ବୁଥରେ ପୁନଃ ମତଦାନ ପାଇଁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ
- ଧୋନୀଙ୍କ ଅବସର ନେଇ ମୁହଁ ଖୋଲିଲେ ସିଏସକେ ସିଇଓ