Latest Odisha News

BREAKING NEWS

ତାଳଚେର ପ୍ଲାଣ୍ଟର ୫୦ ପ୍ରତିଶତ ୟୁରିଆ ଓଡ଼ିଶାକୁ ଆବଣ୍ଟନ ଲାଗି ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଅନୁରୋଧ କଲେ

ତାଳଚେର: ତାଳଚେରଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଶିଳାନ୍ୟାସ ହୋଇଥିବା ଭାରତର ପ୍ରଥମ କୋଇଲା ଗ୍ୟାସୀଫିକେସନ ଉପରେ ଆଧାରିତ ସାର କାରଖାନା ଓଡ଼ିଶାର ଏକ ବହୁ ଦିନର ଦାବି ଥିଲା ଏବଂ ଯେଉଁଦିନ ଏହି କାରଖାନାରୁ ଉତ୍ପାଦନ ଆରମ୍ଭ ହେବ ସେହିଦିନ ଓଡ଼ିଶାର ଏକ ବଡ଼ ସ୍ୱପ୍ନ ପୂରଣ ହୋଇପାରିବ ବୋଲି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

“ଆଜି ଓଡ଼ିଶାର ଜନସାଧାରଣଙ୍କ ଲାଗି ଏକ ଖୁସିର ଦିନ, କାରଣ ଆଜି ତାଳଚେରଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କୋଇଲା ଗ୍ୟାସୀଫିକେସନ ଉପରେ ଆଧାରିତ ସାର କାରଖାନାର ଶିଳାନ୍ୟାସ ହୋଇଛି ।” ମୁଁ ଏହି ସାରକାରଖାନାର ନିର୍ମାଣର ଶୁଭାରମ୍ଭ ଲାଗି କୃତଞ୍ଜତା ଜ୍ଞାପନ କରୁଛି” । ଏହି ଶିଳାନ୍ୟାସ ଉତ୍ସବରେ ଅନୁଷ୍ଠିତ ହୋଇଥିବା ଏକ ବିଶାଳ ଜନସଭାକୁ ସମ୍ବୋଧିତ କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ମଧ୍ୟ କହିଛନ୍ତି, ଏହି ସାର କାରଖାନାରୁ ବାର୍ଷିକ ୧.୨୭ ମିଲିୟନ ମେଟ୍ରିକ ଟନ ୟୁରିୟା ଉତ୍ପାଦିତ ହୋଇପାରିବ । ଏଠାରୁ ଉତ୍ପାଦିତ ୟୁରିୟା ସାର ଓଡ଼ିଶାର କୃଷକମାନଙ୍କ ଏକ ବଡ଼ ଚାହିଦାକୁ ପୂରଣ କରିପାରିବ । ଏହି କାରଖାନା ପରିବେଶ ଅନୁକୂଳ ଭିତିକ ପଦ୍ଧତିରେ ପ୍ରଚୁରମାତ୍ରାରେ ଉପଲବ୍ଧ ହେଉଥିବା ଘରୋଇ କୋଇଲାର ବିକଳ୍ପ ବ୍ୟବହାର ମଧ୍ୟ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଛନ୍ତି ।

“ରାଜ୍ୟରେ କୃଷକମାନେ ହେକ୍ଟର ପିଛା ୬୮ କେଜି ଲେଖାଏଁ ସାର ଖର୍ଚ୍ଚ କରୁଛନ୍ତି, ଯାହାକି ସମଗ୍ର ଦେଶର ୫୦ ପ୍ରତିଶତ । ଯେହେତୁ ପୂର୍ବଞ୍ଚଳରେ ୟୁରିୟା ସାର କାରଖାନା ନାହିଁ ଓଡିଶା ୟୁରିୟା ସାର ଲାଗି ବାହାର ରାଜ୍ୟ ବିଶେଷକରି ଉତ୍ତର ପ୍ରଦେଶ, ଆନ୍ଧ୍ରପ୍ରଦେଶ ଏବଂ ମହାରାଷ୍ଟ୍ର ଉପରେ ନିର୍ଭର କରୁଛି । ଅତ୍ୟଧିକ ପରିବହନ ଦୂରତା ବୃଦ୍ଧି ଥିବା ଯୋଗୁଁ ସଠିକ ସମୟରେ କୃଷକମାନଙ୍କ ପାଖରେ ସାର ଉପଲବ୍ଧ ହୋଇପାରୁନାହିଁ ଏବଂ ଏହି ୟୁରିୟାର ଅଭାବ ପରିଲକ୍ଷିତ ହେଉଛି ।” ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଜନସଭାରେ କହିଛନ୍ତି ।

ତାଳଚେର ୟୁରିୟା କାରଖାନାରୁ ଉତ୍ପାଦିତ ୟୁରିୟାର ୫୦ ପ୍ରତିଶତ ଆବଣ୍ଟନରେ ଓଡ଼ିଶାକୁ ଦେବାକୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି, ଫଳରେ ଓଡ଼ିଶାର କୃଷକମାନଙ୍କ ଏକ ବଡ଼ ଚାହିଦା ପୂରଣ ହୋଇପାରିବ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିିତ ତାଳଚେର ଫର୍ଟିଲାଇଜର ପ୍ଲାଣ୍ଟର ସମସ୍ତ ଅଧିକାରୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହି ଉତ୍ସବରେ ଶୁଭେଚ୍ଛା ଜ୍ଞାପନ କରିବା ସହିତ କାରଖାନାରୁ ଉତ୍ପାଦନ ହେବାନେଇ ଶୁଭକାମନା କରିଥିଲେ ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.