Latest Odisha News

BREAKING NEWS

ଓଡ଼ିଶାର କେଉଁ ୪ଟି ଜିଲ୍ଲାରେ ରହିଛି ବର୍ଷା ଆଶଙ୍କା, ଜାଣନ୍ତୁ…

ଭୁବନେଶ୍ୱର: ରାଜଧାନୀସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ ସୋମବାର ଦିନ ଓଡ଼ିଶାର ୪ଟି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ।

ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ କନ୍ଧମାଳ, ନୂଆପଡ଼ା, ବଲାଙ୍ଗୀର ଓ ବରଗଡ଼ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ସହିତ ବର୍ଷା ହେବାର ସମ୍ଭାବନା ରହିଛି ।

ଏହିସବୁ ଜିଲ୍ଲାରେ ଦିନ ୩ଟା ସୁଦ୍ଧା ବଜ୍ରପାତ ସହିତ ବୃଷ୍ଟିପାତ ହେବାର ଆଶଙ୍କା ରହିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

Comments are closed.