Latest Odisha News

ଟ୍ରମ୍ପଙ୍କ ପ୍ରଶଂସା ପରେ କ’ଣ ପ୍ରତିକ୍ରିୟା ଦେଲେ ମୋଦୀ, ଜାଣନ୍ତୁ

ନୂଆଦିଲ୍ଲୀ: ଆମେରିକା ସମେତ ଅନ୍ୟ ଆବଶ୍ୟକୀୟ ଦେଶକୁ ହାଇଡ୍ରୋକ୍ସକ୍ଲୋରିକୁଇନ ବଟିକା ରାପ୍ତାନୀ କରିବାକୁ ଅନୁମତି ପ୍ରଦାନ କରିଛି ଭାରତ ।

ଏହି ସମୟରେ ଭାରତର ଏପରି ଉଦାରତାକୁ ପ୍ରଶଂସା କରିଛନ୍ତି ଆମେରିକା ସମେତ ଅନ୍ୟ କେତେକ ରାଷ୍ଟ୍ର ।

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପଙ୍କ ପ୍ରଶଂସାର ପ୍ରତି ଉତ୍ତର ରଖିଛନ୍ତି ପରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।


ମୋଦୀ କହିଛନ୍ତି ଯେ କୋଭିଡ -୧୯ ବିରୋଧ ଲଢେଇରେ ଭାରତ ମାନବିକତାର୍ ସ୍ତରକୁ ବଜାଇ ରଖିବ ।

ମୋଦୀ ଏହା ମଧ୍ୟ କହିଛନ୍ତି ଯେ ବନ୍ଧୁମାନଙ୍କୁ ନିକଟତର କରାଏ କଠିନ ସମୟ, ଏକାଠି କରୋନାଠୁ ଜିତିବା। ଭାରତ ଏବଂ ଆମେରିକା ମଧ୍ୟରେ ବନ୍ଧୁତା ସବୁଠାରୁ ଶକ୍ତିଶାଳୀ ସ୍ତରରେ ପହଞ୍ଚିଛି ।ଭାରତ ଆମେରିକା ସହଭାଗୀତା ପୂର୍ବାପେକ୍ଷା ଆହୁରି ସୁଦୃଢ ହୋଇଛି ବୋଲି ମୋଦୀ କହିଛନ୍ତି ।କୋଭିଡ ବିରୋଧରେ ମାନବତାର ଲଢେଇରେ ଭାରତ ସବୁକିଛି କରିବାକୁ ପ୍ରସ୍ତୁତ ।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରି କହିଥିଲେ ଯେ, ଏହି କଷ୍ଟ ସମୟରେ ବନ୍ଧୁମାନଙ୍କ ମଧ୍ୟରେ ଘନିଷ୍ଠ ଭାଗିଦାରୀ ଆବଶ୍ୟକ।

ହାଇଡ୍ରୋକ୍ସିକ୍ଲୋରୋକାଇନ୍ ଔଷଧ ରାପ୍ତାନୀକୁ ଅନୁମତି ଦେଇଥିବାରୁ ଭାରତ ଏବଂ ଭାରତୀୟ ଲୋକଙ୍କୁ ଧନ୍ୟବାଦ। ଏହାକୁ ଆମେରିକା ସବୁଦିନ ମନେ ରଖିବ । ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ନେତୃତ୍ୱକୁ ମଧ୍ୟ ଧନ୍ୟବାଦ, ଯିଏ କେବଳ ଏହି ସଂଗ୍ରାମରେ ଭାରତକୁ ସାହାଯ୍ୟ କରୁନାହାଁନ୍ତି ବରଂ ମାନବିକତାକୁ ମଧ୍ୟ ସାହାଯ୍ୟ କରୁଛନ୍ତି।

Comments are closed.