Latest Odisha News

BREAKING NEWS

କରୋନା ଅପଡେଟ୍‌; ଇନ୍‌ଷ୍ଟାଗ୍ରାମରେ ସଲମାନ୍ ଶେୟାର କଲେ ସର୍ଟ ଫିଲ୍ମ ‘ବାସ୍ତବ୍‌-୨’ !

ମୁମ୍ବାଇ: କରୋନାଭାଇରସ୍ ଉପରେ ଆଧାରିତ ଏକ ସର୍ଟଫିଲ୍ମକୁ ସୋସିଆଲ୍ ମିଡିଆରେ ଶେୟାର କଲେ ବଲିଉଡ୍ ସୁପରଷ୍ଟାର୍ ସଲମାନ ଖାନ । ଫିଲ୍ମର ଟାଇଟଲ୍ ରହିଛି ବାସ୍ତବ୍‌-୨ ।

ବୁଧବାର ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ସଲମାନ ସର୍ଟ ଫିଲ୍ମ ବାସ୍ତବ-୨କୁ ଶେୟାର କରିଛନ୍ତି । କରୋନାଭାଇରସ୍ ଉପରେ ଆଧାରିତ ଏହି ଫିଲ୍ମରେ ମହେଶ ମଂଜ୍ରେକର ଓ ତାଙ୍କ ଝିଅ ସାଇ ଅଭିନୟ କରିଛନ୍ତି ।

 

View this post on Instagram

 

A post shared by Salman Khan (@beingsalmankhan) on

୫ ମିନିଟ୍ ୨୬ ସେକେଣ୍ଡର ଏହି ସର୍ଟ ଫିଲ୍ମରେ କୋଭିଡ୍‌-୧୯କୁ ନେଇ ସଚେତନ କରାଯାଇଛି । କରୋନାଭାଇରସ୍‌କୁ ନିଜଠୁ ଦୂରେଇ ରଖିବା ଲାଗି ଘରୁ ନ ବାହାରିବାକୁ ଫିଲ୍ମରେ ବାର୍ତ୍ତା ଦିଆଯାଇଛି । ଫିଲ୍ମଟିକୁ ମହେଶ ନିର୍ଦ୍ଦେଶନା ଦେଇଥିଲାବେଳେ ଏଡିଟିଂ କରିଛନ୍ତି ଝିଅ ସାଇ ।

କରୋନା ମହାମାରୀରେ ବଲିଉଡ ବିଭିନ୍ନ ଉପାୟରେ ସରକାରଙ୍କୁ ସହଯୋଗ କରିଛି । ଏହି ସଚେତନତାମୂଳକ ଫିଲ୍ମକୁ ଶେୟାର କରିବା ଛଡା ୧୮ହଜାର ୫୫୦ ଜଣ ଦିନ ମଜୁରିଆଙ୍କୁ ସଲମାନ ଆର୍ଥିକ ସହାୟତା ଦେଇଛନ୍ତି ।

Leave A Reply

Your email address will not be published.