Latest Odisha News

BREAKING NEWS

କୋରାପୁଟ: ହାତୀ ଆକ୍ରମଣରେ ୨ଜଣ ଗୁରୁତର ଆହତ

ଜୟପୁର: କୋରାପୁଟ ଜିଲ୍ଲା ନାରାୟଣପାଟଣାଠାରେ ରବିବାର ସକାଳେ ଏକ ହାତୀପଲ ଗାଁ ଭିତରକୁ ପଶିଆସି ଆତଙ୍କ ସୃଷ୍ଟି କରିଛନ୍ତି । ଏହି ହାତୀଦଳର ଆକ୍ରମଣରେ ୨ଜଣ ସ୍ଥାନୀୟ ବାସିନ୍ଦା ଗୁରୁତର ଆହତ ହୋଇଛନ୍ତି । ହାତୀ ଆକ୍ରମଣରେ ଗୁରୁତର ଆହତ ହୋଇଥିବା ୨ଜଣ ବ୍ୟକ୍ତିଙ୍କୁ ଚିକିତ୍ସା ଲାଗି ନିକଟସ୍ଥ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଋବିବାର ସକାଳେ ବନ୍ଧୁଗାଁ ବ୍ଳକ ଅନ୍ତର୍ଗତ ଆଲମଣ୍ଡା ଗ୍ରାମ ଭିତରେ ଥିବା ଚାଷଜମି ଭିତରକୁ ଫସଲ ଖାଇବାକୁ ନିକଟସ୍ଥ ଜଙ୍ଗଲରୁ ଦଳବଦ୍ଧ ଭାବେ ୭ଟି ହାତୀ ପଶି ଆସିଥିଲେ । ହାତୀମାନେ ବିଲରେ ଫସଲ ଖାଇବା ସହିତ ଅନେକ ଚାଷଜମି ନଷ୍ଟ କରିଦେଇ ଥିବାର ଅଭିଯୋଗ ଗ୍ରାମବାସୀମାନେ କରିଛନ୍ତି ।

ଜଙ୍ଗଲବିଭାଗର କହିବାନୁଯାୟୀ ନିକଟସ୍ଥ ଜଙ୍ଗଲରୁ ହାତୀପଲ ଦଳବଦ୍ଧ ହୋଇ ଗାଁ ଭିତରକୁ ଫସଲ ଖାଇବାକୁ ଚାଲି ଆସିଥିଲେ ।

ହାତୀପଲ ଗାଁ’ରେ ପଶିଯିବା ବେଳେ ଗ୍ରାମରେ ଆତଙ୍କ ଖେଳିଯାଇଥିଲା ।

ଖବରପାଇ ବନବିଭାଗର କର୍ମଚାରୀ ଆସି ହାତୀପଲକୁ ଘଉଡ଼ାଇବାକୁ ପ୍ରବଳ ଚେଷ୍ଟା କରିଥିଲେ । ତେବେ ଦୀର୍ଘସମୟର ପ୍ରଚେଷ୍ଟା ପରେ ହାତୀପଲ ଜଙ୍ଗଲକୁ ଚାଲିଯାଇଥିଲେ ।

Leave A Reply

Your email address will not be published.