Latest Odisha News

BREAKING NEWS

୬ ହଜାର ଶଯ୍ୟାର କୋଭିଡ ହସ୍ପିଟାଲ କରିବାକୁ ଯୋଜନା: ଅସିତ ତ୍ରିପାଠୀ

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନାର ଚିକିତ୍ସା ପାଇଁ ପ୍ରସ୍ତୁତ ହୋଇଥିବା ସ୍ୱାସ୍ଥ୍ୟ ଭତିଭୂମି ଉପରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ସେ କହିଛନ୍ତି, ୬ ହଜାର ଶଯ୍ୟାର କୋଭିଡ ହସ୍ପିଟାଲ ତିଆରି କରିବାକୁ ରାଜ୍ୟ ସରକାରଙ୍କ ଯୋଜନା ରହିଛି । ବର୍ତ୍ତମାନ ଓଡ଼ିଶାରେ ୭ଟି କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇସାରିଲାଣି । ଏହି ହସ୍ପିଟାଲ ଗୁଡିକର ଶଯ୍ୟା ସଂଖ୍ୟା ୧୫୦୦ରୁ ଅଧିକ ରହିଛି ।
ରାଜ୍ୟରେ ପର୍ଯ୍ୟାପ୍ତ ମାତ୍ରାରେ ପିପିଇ ଓ ଟେଷ୍ଟିଂ କିଟ୍ ରହିଛି । ଭାରତ ଏବଂ ଭାରତ ବାହାରୁ ଟେଷ୍ଟିଂ କିଟ୍ ମଗା ଯାଇଛି । ୪ରୁ ୮ ମାସ ପର୍ଯ୍ୟନ୍ତ ବ୍ୟବହାର ପାଇଁ ତ୍ରିପଲ ଲେୟାର ମାସ୍କ, ଏନ୍-୯୫ ମାସ୍କ ଏବଂ ସମସ୍ତ ସ୍ୱାସ୍ଥ୍ୟ ଉପକରଣ ମହଜୁଦ ରହିଛି । ରାଜ୍ୟରେ ପିପିଇ ଅଭାବ ନାହିଁ । ପ୍ରାୟ ଏକ ମାସ ପାଇଁ ପିପିଇ ମହଜୁଦ ରହିଛି ।
ଏଥିସହ ଚିକିତ୍ସା ପାଇଁ ଆୟୁଷ ଡାକ୍ତର ଏବଂ ଚତୁର୍ଥ ଓ ପଂଚମ ସେମିଷ୍ଟାର ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ତାଲିମ ଦିଆଯାଉଛି । କେବଳ ସେତିକି ନୁହେଁ ଘରୋଇ ଡାକ୍ତରମାନଙ୍କୁ ମଧ୍ୟ ତାଲିମ ଦିଆଯାଉଛି ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି ।

Leave A Reply

Your email address will not be published.