Latest Odisha News

ଲକ୍‌-ଡାଉନ୍‌ରେ ଲୋକଙ୍କୁ ସାବାଡ୍ କରିବା ପାଇଁ ମାସାଇ ଜନଜାତିର ସାହାରା ନେଲା କେନିଆ ସରକାର !

ଭୁବନେଶ୍ୱର: ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି କେନିଆର ଏହି ଭିଡିଓ । ଯେଉଁଥିରେ ମାସାଇ ଜନଜାତିର ଜଣେ ସଦସ୍ୟ ଲୋକଙ୍କୁ ଚାବୁକ୍‌ରେ ମାଡ ମାରି ଘଉଡାଇବାରେ ଦେଖିବାକୁ ମିଳିଛି ।

ଏହି ଭିଡିଓକୁ ଲୋକେ ବହୁ ମାତ୍ରାରେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । କ୍ୟାପସନ ଅନୁଯାୟୀ କରୋନାମହାମାରୀରେ କର୍ଫ୍ୟୁ ଓ ସାମାଜିକ ଦୂରତାକୁ ଅବଲମ୍ବନ କରୁନଥିବାରୁ ଜନତାଙ୍କୁ ସାବାଡ କରିବା ପାଇଁ କେନିଆ ସରକାର ମାସାଇ ଜନଜାତିକୁ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ଦାୟୀତ୍ୱ ଦେଇଥିଲା ।

ଅନେକ ଏହି ଭିଡିଓ ଓ ଖବରକୁ ସତ ଭାବୁଥିବାବେଳେ ମାସାଇ ଜନଜାତି, କରୋନାଭାଇରସ ଓ କେନିଆ ସରକାରଙ୍କ ମଧ୍ୟରେ କୌଣସି ସଂପର୍କ ନାହିଁ ।

MBUZI SELLER ନାମକ ଏକ ୟୁଟ୍ୟୁବ ଚ୍ୟାନେଲ ଏପ୍ରିଲ୍ ୨ରେ ଏହି ଭିଡିଓଟିକୁ ଅପଲୋଡ କରିଥିଲା । ଯିଏ ଖାସ କରି ପ୍ରାଙ୍କ ଓ ଫନ୍ନି ଭିଡିଓ ସୁଟ୍ କରି ନିଜ ଚ୍ୟାନେଲରେ ଅପଲୋଡ୍ କରିଥାନ୍ତି ।

ଏହି ଭିଡିଓଟି ସତ ହେଲେ ବି କେନିଆ ସରକାର ମାସାଇ ଜନଜାତିଙ୍କୁ କିଛି ଏପରି ଦାୟୀତ୍ୱ ଦେଇନାହାନ୍ତି । ବରଂ MBUZI SELLER ଲୋକଙ୍କୁ ସଚେତନ କରିବା ପାଇଁ ଏଭଳି ପ୍ରାଙ୍କ୍ ଭିଡିଓ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ୍ କରିଥିଲେ ।

ଅରିଜିନାଲ ଭିଡିଓ (COURTESY YOUTUBE)

Leave A Reply

Your email address will not be published.