Latest Odisha News

BREAKING NEWS

ପବ୍ଲିକ୍ ନୁହେଁ ବଲିଉଡରୁ ସମାଲୋଚନା ସାଉଣ୍ଟୁଛି ମସକଲି 2.0 !

ମୁମ୍ବାଇ: ମାତ୍ର ଦୁଇ ଦିନ ପୂର୍ବରୁ ରିଲିଜ ହୋଇଥିଲା ମସକଲି 2.0 । ଭିୟର୍ସିପ ୧୯ ମିଲିଅନ୍‌ରୁ ଅଧିକ ଥିଲେ ବି ବଲିଉଡରୁ ଏହି ଗୀତକୁ ମିଳିଛି ତୀବ୍ର ସମାଲୋଚନା ।

ଫିଲ୍ମ ଦିଲ୍ଲୀ 6ର ଅରିଜିନାଲ ଗୀତର ରିକ୍ରିଏଟ୍ ଭର୍ସନ୍ ଏତେଟା ସଫଳ ହୋଇପାରିନି । ଅନ୍ୟପଟେ ସଙ୍ଗୀତ ନିର୍ଦ୍ଦେଶକ ଏ .ଆର ରେହମାନ ବି କିଛି ଦିନ ପୂର୍ବରୁ ଟୁଇଟ୍ କରି ଏହି ଗୀତକୁ ସମାଲୋଚନା କରିବା ସହ ଅରିଜିନାଲ ଟ୍ରାକକୁ ଶୁଣିବା ପାଇଁ ଅନୁରୋଧ କରିଥିଲେ ।

ସିଦ୍ଧାର୍ଥ ମଲହୋତ୍ରା ଓ ତାରା ସୁତାରିଆ ଷ୍ଟାରର ଏହି ଗୀତ ପ୍ରତି ଲିରିସିଷ୍ଟ ପ୍ରସୁନ୍ ଜୋଶୀ ଓ ଦିଲ୍ଲୀ 6 ନିର୍ଦ୍ଦେଶକ ରାକେଶ ଓମ୍‌ପ୍ରକାଶ ମେହରା ବି ଅସନ୍ତୁଷ୍ଟତା ଜାହିର କରିଛନ୍ତି ।

ଫିଲ୍ମର ଅରିଜିନାଲ ମସକଲି ଟ୍ରାକକୁ ମୋହିତ ଚୌହାନ ଗାଇଥିଲାବେଳେ ଲିରିକ୍ସ ଭାର ପ୍ରସୁନ ଓ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏ. ଆର୍ ରେହମାନ୍ । ସେହିଭଳି ରିମିକ୍ସ ଭର୍ସନରେ ତୁଲସୀ କୁମାର ଓ ସଚେତ୍ ଟଣ୍ଡନ ସ୍ୱର ଦେଇଥିଲାବଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ତାନିସ୍କ ବାଗ୍‌ଚୀ ।

Leave A Reply

Your email address will not be published.