ଲଣ୍ଡନ: ଭାରତରେ ପଳାତକ ଘୋଷିତ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଏବେ ଲଣ୍ଡନ ହାଇକୋର୍ଟରୁ ମିଳିଛି ଆଶ୍ୱସ୍ତି । ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ମାଲ୍ୟାଙ୍କୁ ଦେବାଳିଆ ଘୋଷିତ କରିବା ଲାଗି ଲଣ୍ଡନ ହାଇକୋର୍ଟରେ ଆବେଦନ କରିଥିଲା । କେବଳ ଏସବିଆଇ ନୁହେଁ ବରଂ ଏସବିଆଇ ସହିତ ଏକାଧିକ ବ୍ୟାଙ୍କ୍ ମଧ୍ୟ ଲଣ୍ଡନ ହାଇକୋର୍ଟରେ ଆବେଦନ କରିଥିଲେ । ମାତ୍ର ହାଇକୋର୍ଟ ଏହି ନିବେଦନର ଶୁଣାଣିକୁ ୬ ମାସ ଘୁଞ୍ଚାଇ ଦେଇଛନ୍ତି ।
ଏସମ୍ପର୍କରେ ନ୍ୟାୟାଧୀଶ ମାଇକ୍ ବ୍ରିଗ୍ସ୍ କହିଛନ୍ତି ଯେ, ଯେପର୍ଯ୍ୟନ୍ତ ଭାରତୀୟ କୋର୍ଟରେ ମାଲ୍ୟାଙ୍କ ଆବେଦନର ଶୁଣାଣି ନହୋଇଛି ସେଯାଏଁ ବ୍ୟାଙ୍କ ଆବେଦନର ଶୁଣାଣି ହୋଇପାରିବ ନାହିଁ ।
୨୦୧୯ ଡିସେମ୍ବର ମାସରେ ଅଦାଲତ ବିଜୟ ମାଲ୍ୟାଙ୍କ କମ୍ପାନୀ କିଙ୍ଗଫିସର ଏୟାରଲାଇନ୍ସକୁ ଦିଆଯାଇଥିବା ସମସ୍ତ ଋଣ ସମ୍ପର୍କିତ ମାମଲାର ଶୁଣାଣି କରିଥିଲେ । ବ୍ୟାଙ୍କ ଗୁଡ଼ିକ ସେମାନଙ୍କ ପ୍ରାପ୍ୟ ବକେୟା ଅର୍ଥ ବାବଦକୁ ୧.୧୪୫ ବିଲିୟନ ପାଉଣ୍ଡ ଅସୁଲ ଲାଗି ମାଲ୍ୟାଙ୍କୁ ଦେବାଳିଆ ଘୋଷିତ କରିବା ଲାଗି ଅଦାଲତର ସମ୍ମୁଖୀନ ହୋଇଛନ୍ତି ।
Comments are closed.