Latest Odisha News

BREAKING NEWS

ଓଆରଏଚଡିସି ଦୁର୍ନୀତି ପ୍ରସଙ୍ଗ: ଆଇଏଏସ ବିନୋଦ କୁମାରଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ

ଭୁବନେଶ୍ୱର : ଓଆରଏଚଡିସି ଦୁର୍ନୀତି ମାମଲାର ଅଭିଯୁକ୍ତ ଆଇଏଏସ ବିନୋଦ କୁମାରଙ୍କୁ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ୩ ବର୍ଷର ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ।

ସୂଚନା ଅନୁଯାୟୀ ଏହି ମାମଲାର ବିଚାର କରି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ବିନୋଦ କୁମାରଙ୍କ ସମେତ ୬ ଅଭିଯୁକ୍ତଙ୍କୁ ୩ବର୍ଷ ଜେଲ ଦଣ୍ଡ ହୋଇଛି ।

ଏହି ମାମଲାରେ କୋର୍ଟ ବିନୋଦଙ୍କ ସହ ଏହି ସମସ୍ତ ଦୋଷୀ ମାନଙ୍କୁ ୩ବର୍ଷ କାରାଦଣ୍ଡ ସହିତ ୫୦ ହଜାର ଟଙ୍କା ଲେଖାଁଏ ଜୋରିମାନାରେ ଦଣ୍ଡିତ କରିଛନ୍ତି ।

ଅନ୍ୟପକ୍ଷରେ ଅନ୍ୟତମ ଅଭିଯୁକ୍ତ ଚିତ୍ତରଂଜନ ମଲ୍ଲିକ ନିର୍ଦ୍ଦୋଶରେ ଖଲାସ ହୋଇଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ୧୯୯୯ ମସିହା ମହାବାତ୍ୟା ପରେ ବାସହୀନ ହିତାଧିକାରୀ ମାନଙ୍କୁ ଗୃହ ଯୋଗାଇ ଦେବା ଲକ୍ଷ୍ୟରେ ଓଆରଏଚଡିସିକୁ କାର୍ଯ୍ୟ ଦିଆଯାଇଥିଲା । ତେବେ ପରବର୍ତ୍ତୀ ସମୟରେ ଏହି ଅର୍ଥକୁ ନେଇ ହେରଫେର ଅଭିଯୋଗ ଆସିଥିଲା ।

Leave A Reply

Your email address will not be published.