Latest Odisha News

BREAKING NEWS

ଯାଜପୁରରେ କୋହଳ ହେଲା ଲକଡାଉନ; ଖୋଲା ରହିବ ଏହିସବୁ ଦୋକାନ

ଯାଜପୁର: ଯାଜପୁରରେ କୋହଳ ହୋଇଛି ଲକଡାଉନ । ଲକଡାଉନ ସମୟରେ ସାଇକେଲ ଗ୍ୟାରେଜ,ପାଠ୍ୟ ଉପକରଣ ଦୋକାନ, ଦୁଗ୍ଧ ଜାତ ଦ୍ରବ୍ୟ,ଏଲେକ୍ଟ୍ରି ଉପକରଣ ସାମଗ୍ରୀ ଦୋକାନ ଆଦି ଖୋଲା ରହିବ । ଏନେଇ ସୂଚନା ଦେଇଛନ୍ତି ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ।

ଜିଲ୍ଲାପାଳ ଆହୁରି ମଧ୍ୟ କହିଛନ୍ତି ଯେ, ଲୋକମାନେ ସାଇକେଲ ଓ ବାଇକ ନେଇ ଜରୁରୀ କାମରେ ବାହାରକୁ ଯାଉଛନ୍ତି, ସେମାନେ ଗ୍ୟାରେଜ ନଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ଅସୁବିଧାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ତରଫରୁ ଗ୍ୟାରେଜଗୁଡ଼ିକ ଖୋଲିବା ପାଇଁ ଅନୁମତି ଦିଆଯାଇଛି ।

ଶିକ୍ଷାନୁଷ୍ଠାନଗୁଡ଼ିକ ଜୁନ ୧୭ ଯାଏଁ ବନ୍ଦ ରହିଥିବାରୁ ପିଲାମାନଙ୍କର ପାଠପଢ଼ାରେ ବାଧାପ୍ରାପ୍ତ ହୋଇଛି । ଅନେକ ଲୋକ, ଅଭିଭାବକ ଓ ବୁଦ୍ଧିଜୀବୀ ବହିଦୋକାନ ଖୋଲିବା ପାଇଁ ଜିଲ୍ଲା ପ୍ରଶାସନକୁ ଅନରୋଧ କରିଥିଲେ । ଏହାକୁ ଦୃଷ୍ଟିରେ ରଖି ବହି ଦୋକାନଗୁଡ଼ିକ ସକାଳ ୬ଟାରୁ ୪ ଘଣ୍ଟା ପାଇଁ ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ ।

Leave A Reply

Your email address will not be published.