ନୂଆଦିଲ୍ଲୀ:କରୋନା ଭାଇରସ ମହାମାରୀ ସାରା ବିଶ୍ୱରେ ତାର ତାଣ୍ଡବ ଜାରି ରଖିଛି । ଆସନ୍ତୁ ଜାଣିବା କରୋନା ଭାଇରସ ସହ ଲଢ଼େଇରେ କେଉଁ ୫ ମହିଳାଙ୍କ ଉଦ୍ୟମକୁ ସାରା ବିଶ୍ୱ ପ୍ରଶଂସା କରୁଛି ।
ମୋରାଲିନା ଏଡୋ: କରୋନା ଭାଇରସ ଟୀକା ନ ବାହାରିବା ପର୍ଯ୍ୟନ୍ତ ସଂଗ୍ରାମ ଜାରି ରହିଥିବ । ତେବେ ଜର୍ମନ ସେଂଟର ଫର ଇନଫେକସନ ରିସର୍ଚ୍ଚର ପ୍ରଫେଶର ମୋରାଲିନ ଏଡୋ ନିଜ ଟିମ ସହ ଟୀକା ବାହାର କରିବା ପାଇଁ କଠିନ ପରିଶ୍ରମ କରୁଛନ୍ତି । ସେ ଏହା ପୂର୍ବରୁ ଇବୋଲା ଓ ମାର୍ସ ରୋଗର ଟୀକା ବାହାର କରିଥିଲେ ।
ଏଞ୍ଜେଲା ମର୍କେଲ: ଜର୍ମାନୀରେ କରୋନା ସଂକ୍ରମିତଙ୍କ ଗ୍ରାଫ ଖସିବା ଓ କମ୍ ମୃତ୍ୟୁ ପଛରେ ଚାନ୍ସଲର ଏଞ୍ଜେଲା ମର୍କେଲାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଆରମ୍ଭରୁ ସେ ଲୋକଙ୍କୁ ସତର୍କ କରିବା ସହ ସଂକ୍ରମଣ କିପରି ନ ବ୍ୟାପିବ ସେଥିପାଇଁ ପଦକ୍ଷେପ ଗ୍ରହଣ କରିଥିଲେ ।
ତସାଇ ଇଙ୍ଗ ୱେନ: ଚୀନର ନିକଟରେ ଥିଲେ ମଧ୍ୟ ତାଇୱାନ କରୋନା କବଳରୁ ନିଜକୁ ବଂଚାଇ ରଖିଛି । ଛୋଟ ଦେଶ ହୋଇଥିଲେ ମଧ୍ୟ ଚୀନ, ହଂକଂ ଓ ମକାଉରୁ ଆସୁଥିବା ଯାତ୍ରୀଙ୍କୁ ଦେଶରେ ପ୍ରବେଶ ନେଇ କଟକଣା ଲଗାଇଥିଲେ । ଏହାର ପ୍ରଭାବ ମଧ୍ୟ ପଡିଥିଲା । ତାଇୱାନର ମୃତ୍ୟୁ ସଂଖ୍ୟା ମଧ୍ୟ କମ୍ ରହିଛି ।
ଜୋସିଂଡା ଆର୍ଡନ: ୧୪ ମାର୍ଚ୍ଚରୁ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜୋସିଂଡା ଆର୍ଡନ ଦେଶରେ ପ୍ରବେଶ କରୁଥିବା ସମସ୍ତ ଯାତ୍ରୀଙ୍କୁ ୧୫ ଦିନ ଆଇସୋଲେସନରେ ରହିବା ପାଇଁ ବାଧ୍ୟତାମୂଳକ ନିୟମ କରିଥିଲେ । ସଂକ୍ରମିତଙ୍କ ସଂଖ୍ୟା ୧୦୦ ପହଂଚିବା ପରେ ସେ ଦେଶକୁ ଲକଡାଉନ କରିଥିଲେ ।
ମେଟ ଫେଡ୍ରିିକସନ: ଡେନମାର୍କର କମ ବୟସ୍କ ପ୍ରଧାନମନ୍ତ୍ରୀ ମେଟ ଫେଡ୍ରିକସନ ୧୪ ମାର୍ଚ୍ଚରୁ ସୀମା ସିଲ କରିଥିଲେ । କରୋନାକୁ ରୋକିବା ବିଭିନ୍ନ ପ୍ରକାର କଟକଣା ଲାଗୁ କରିଥିଲେ ।
BREAKING NEWS
- Independence Day 2026: ଲାଲକିଲ୍ଲାରେ ପ୍ରଥମ ଥର ଗୁଞ୍ଜରିତ ହେବ ‘ବନ୍ଦେ ମାତରମ୍’, Gen-Zଙ୍କୁ ବିଶେଷ ନିମନ୍ତ୍ରଣ
- Jharkhand Bandh: ଛାତ୍ରଙ୍କ ଉପରେ ଲାଠିଚାର୍ଜ ପ୍ରତିବାଦ, ରାସ୍ତାକୁ ଓହ୍ଲାଇଲା ବିଜେପି
- ସ୍କୁଲ ବସରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ୨୫ ଛାତ୍ରଛାତ୍ରୀ
- Russia-India Train: ରୁଷରୁ ଭାରତ ଗଡିବ ଟ୍ରେନ୍?
- ଯାଜପୁରରେ ଗୁଳି ଫୁଟାଇ ଅଳଙ୍କାର ବ୍ୟବସାୟୀଙ୍କୁ ଲୁଟ୍, ନେଇଗଲେ ୪ କେଜି. ରୂପା…
- Independence Day: ସ୍ୱାଧୀନତା ଦିବସରେ କିଏ କେଉଁଠି କରିବେ ପତାକା ଉତ୍ତୋଳନ, ଜାଣନ୍ତୁ ଟ୍ରାଫିକ କଟକଣା…
- କଲମ୍ବିଆରେ ଭୟଙ୍କର ଭୂମିକମ୍ପରେ ୧୧୧ ମୃତ, ଏମରଜେନ୍ସି ଘୋଷଣା…
- ରାଜଧାନୀରେ ୨୬ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ବଙ୍ଗୀୟ ଯୁବକ ଗିରଫ
- ଟାଇମପାସ୍ ‘ବହିବର୍ଷା’; ଲୋକାର୍ପିତ ହେଲା ୧୩ ପୁସ୍ତକ
- ନିଯୁକ୍ତି ମେଳାରେ ନୂଆ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁମନ୍ତ୍ର: ‘ଦୁର୍ନୀତିରୁ ଦୂରେଇ ରୁହ, ଲୋକଙ୍କ ସେବା କର’

Comments are closed.