ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଓଡ଼ିଶାରେ ୫ ମାସ ପାଇଁ ମହଜୁଦ ରହିଛି ଅତ୍ୟାବଶ୍ୟକ ଔଷଧ । ତେବେ ଅତିରିକ୍ତ ୪ ମାସର ଔଷଧ ମହଜୁଦ ରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିବାରୁ ମେ ମାସ ସୁଦ୍ଧା ଔଷଧ ଆଣି ରଖାଯିବ । କରୋନା ଟେଷ୍ଟିଙ୍ଗ ପାଇଁ ଆର୍ଟିପିସିଆର ମେସିନ, ବାଓସେଫଟି କ୍ୟାବିନେଟ, ବିଏସଏଲ୨ ପ୍ଲସ ଲାବ ଅଣାଯାଇଛି ।
ସେହିପରି ବର୍ତ୍ତମାନ ଆଇସିୟୁ ଭେଣ୍ଟିଲେଟର ୨୯୯ଟି କାର୍ୟ୍ୟକ୍ଷମ ଥିବାବେଳେ ୪୨୪ଟି ଅର୍ଡର ଦିଆଯାଇଥିଲା, ଯେଉଁଥିରୁ ୫୭ଟି ପହଞ୍ଚିସାରିଛି । ଆସନ୍ତା ୬ ସପ୍ତାହ ଭିତରେ ଅନ୍ୟ ଅର୍ଡ଼ରଗୁଡିକ ମିଳିଯିବ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଓଡିଶା ରାଜ୍ୟ ଔଷଧ ନିଗମର ଅଧ୍ୟକ୍ଷା ଯାମିନୀ ଷଡ଼ଙ୍ଗୀ ।
ସେହିପରି ଅକ୍ସିଜେନ କନସେନଟ୍ରଟର୍ସ ୧୦୦୪ଟି କାର୍ୟ୍ୟକ୍ଷମ ଥିବାବେଳେ ୧୦ ହଜାରଟି ଅର୍ଡର ଦିଆଯାଇଛି । ଏଥିରୁ ୫୮୬ଟି ପହଞ୍ଚିସାରିଛି । ନେବୁଲାଇଜର ୭୭୦୦ଟି ଅର୍ଡର ଦିଆଯାଇଥିବାବେଳେ ୭୨୦୦ଟି ପହଞ୍ଚି ସାରିଛି । ଯାମିନୀ ଷଡ଼ଙ୍ଗୀ କହିଛନ୍ତି ଯେ ଯାହାକୁ ଆଇସିୟୁ ଆବଶ୍ୟକ ନାହିଁ କିନ୍ତୁ ଅକ୍ସିଜେନ ଆବଶ୍ୟକ ଅଛି ସେମାନଙ୍କ ପାଇଁ ଅକ୍ସିଜେନ କନସେନଟ୍ରଟର୍ସ ଓ ନେବୁଲାଇଜର ଆବଶ୍ୟକ ରହିଛି । କରୋନାକୁ ମୁକାବିଲା କରିବାକୁ ରାଜ୍ୟରେ ଥିବା ମେଡିକାଲମାନଙ୍କୁ ପର୍ୟ୍ୟାପ୍ତ ପରିମାଣର ଔଷଧ ଓ ମେଡିକାଲ ଉପକରଣ ପହଂଚାଇବା ପାଇଁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି ବୋଲି ଓଡିଶା ରାଜ୍ୟ ଔଷଧ ନିଗମର ଅଧ୍ୟକ୍ଷା କହିଛନ୍ତି ।
BREAKING NEWS
- ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ:ମୁଖ୍ୟମନ୍ତ୍ରୀ
- ନିଶା ବେପାରୀଙ୍କ ଉପରେ ପୋଲିସର ବଡ଼ ଆକ୍ସନ; ୪୦୩ ଗ୍ରାମ ବ୍ରାଉନ୍ ସୁଗାର ଜବତ; ଛଅ ଗିରଫ
- ‘MICE ଇନ୍ସେଣ୍ଟିଭ୍ ପୋର୍ଟାଲ୍’ର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ;ନିବେଶ ଓ ଅନୁଭୂତିଭିତ୍ତିକ ଭ୍ରମଣକୁ ପ୍ରୋତ୍ସାହିତ କରିବ
- ମାତ୍ର ୫ଟି ବଞ୍ଚିଥିଲେ… , ଆଜି ୩୫୦ ହେବାରୁ ଏହି ଚଢ଼େଇ ଜିତିଲା ବାର୍ଡ ଅଫ୍ ଦି ଇୟର ଟାଇଟଲ
- ପୂର୍ବତନ ବିଧାୟକ ପ୍ରଣବଙ୍କ ଗାଡ଼ିକୁ ଟେକାମାଡ଼;ଦୃଢ କାର୍ଯ୍ୟାନୁଷ୍ଠାନ ଦାବି
- ଏସୀୟ କ୍ରୀଡ଼ା ୨୦୨୬:୨୪ ବର୍ଷ ପରେ ପୁରୁଷଙ୍କଠାରୁ ଆଗରେ ମହିଳା: ୪ଟି ଅଧିକ ସ୍ୱର୍ଣ୍ଣ ଜିତିଲେ, ହକିରେ ମିଳିଲା ଅଲମ୍ପିକ ଟିକେଟ୍
- ଏସୀୟ କ୍ରୀଡ଼ା ୨୦୨୬ ଶେଷ, ଉଦ୍ଯାପନୀ ସମାରୋହରେ ଜାତୀୟ ପତାକା ଉଡ଼ାଇଲେ ନୀରୁ ଢାଣ୍ଡା; କତାରକୁ ହସ୍ତାନ୍ତର ହେଲା ଓସିଏ ଫ୍ଲାଗ୍
- କୁକୁର କାମୁଡ଼ି ଏକ ବର୍ଷର ଶିଶୁକୁ କଲା ଲହୁଲୁହାଣ
- ରୋହିତ ଶର୍ମାଙ୍କୁ ସୁନୀଲ ଗାଭାସ୍କର ଦେଲେ ବଡ଼ ଟାର୍ଗେଟ
- ସେହ୍ୱାଗଙ୍କ ପୁଅଙ୍କୁ ପ୍ରଦାନ କରାଗଲା ଦିଲ୍ଲୀ ଟିମର ବଡ ଦାୟିତ୍ୱ

Comments are closed.