ଯାଜପୁର:ଯାଜପୁରରେ ଚିହ୍ନଟ ହୋଇଛନ୍ତି ୨ୟ କୋରୋନା ପଜିଟିଭ । ୬୧ ବର୍ଷୀୟ ଏହି ବ୍ୟକ୍ତି ଜଣଙ୍କ ଜାଫରପୁର ପଞ୍ଚାୟତର ସାନ ତ୍ରିଲୋଚନ ପୁର ଗାଁରେ ଚିହ୍ନଟ ହୋଇଥିବା ଜିଲାପାଳ ସୂଚନା ଦେଇଛନ୍ତି ।
ମାର୍ଚ୍ଚ ମାସ ୧୮ ତାରିଖରୁ ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ ଏକ ଟାଟା ମେଜିକ ଯୋଗେ ୧୮ ଜଣଙ୍କ ସହ ଏକାଠି କଲିକତାରୁ ଫେରିଥିଲେ । ପାଣିକୋଇଲି ଛକରୁ ଏକ ମାଛ ଟ୍ରକରେ ଗଣେଶପୁର ଛକ ଯାଏଁ ଆସିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏହାସହ ସାନ ତ୍ରିଲୋଚନପୁରରେ ଉକ୍ତ ବ୍ୟକ୍ତି ଜଣଙ୍କ ସଙ୍ଗରୋଧ ଭାବରେ ମଧ୍ୟ ରହିଆସୁଛନ୍ତି ।
ଏହାକୁ ଦୃଷ୍ଟିରେ ରଖି ସାନ ତ୍ରିଲୋଚନ ପୁର ଏବଂ ସଇପୁର ଗାଁକୁ ଆଗାମୀ ୭ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି ଜିଲ୍ଲାପାଳ ।
Comments are closed.