Latest Odisha News

କିମ ଜୋଙ୍ଗ ଅସୁସ୍ଥ ! ଜେଜେବାପାଙ୍କ ସମ୍ମାନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଲେନି

ପେଙ୍ଗୟୋଙ୍ଗ: ଉତରକୋରିଆର ଏକଚ୍ଛତ୍ରବାଦ ଶାସକ କିମ ଜୋଙ୍ଗ ଅସୁସ୍ଥ ଥିବା ନେଇ ଅନ୍ତର୍ଜାତୀୟସ୍ତରର ବିଭନ୍ନ ଗଣମାଧ୍ୟମ ସନ୍ଦେହ ବ୍ୟକ୍ତ କରିଛନ୍ତି। ବୁଧବାର ତାଙ୍କ ଜେଜେବାପା କିମ ଟୁ ସୋଙ୍ଗଙ୍କ ସମ୍ମାନରେ ଆୟୋଜିତ ହେଉଥିବା ଉତରକୋରିଆ ବାର୍ଷିକ ଦିବସରେ ସେ ଯୋଗ ଦେଇ ନ ଥିଲେ । ୨୦୧୧ରେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ସବୁ ବର୍ଷ ସେ ଏହାକୁ ଧୂମଧାମରେ ପାଳନ କରିଥାନ୍ତି । କରୋନା ଭାଇରସ ମହାମାରୀକୁ ଭୟ କରି ସେ ଆସି ନ ଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି ।

ସୂଚନାଯୋଗ୍ୟ ଉତରକୋରିଆରେ କରୋନା ଭାଇରସର କୌଣସି କେସ ଆସି ନାହିଁ ବୋଲି ରିପୋର୍ଟ ପ୍ରକାଶ କରାଯାଇଛି । ତେବେ ଏହି ରିପୋର୍ଟର ବିଶ୍ୱସନୀୟତା ନେଇ ସନ୍ଦେହ କରାଯାଉଛି । ୩୬ ବର୍ଷୀୟ କିମ ଜୋଙ୍ଗ ସର୍ବଦା ନିଶା ସେବନ କରୁଥିବାରୁ ଅସୁସ୍ଥ ଥିବା ଅନୁମାନ କରାଯାଉଛି ।

Comments are closed.